Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Romance Tragedy

1.0  

Kamal Kumar Dash

Romance Tragedy

ତୁମେ ମନେ ପଡ଼

ତୁମେ ମନେ ପଡ଼

1 min
7.0K


ତୁମେ ମନେ ପଡ଼ ଶୀତ ସକାଳର

ଶିଶିର ଭିଜା ବାଟରେ

ତୁମେ ମନେ ପଡ଼ ପୁନେଇ ରାତିର

ଜୋଛନା ଭିଜା ତୁଠରେ (1)

ତୁମେ ମନେ ପଡ଼ ଗାଆଁ ଆମ୍ବତୋଟା

ବଉଳ ମିଠା ବାସ୍ନାରେ

ତୁମେ ମନେ ପଡ଼ ଫଗୁ ଫଗୁଣର

କୋଇଲି କୁହୁ ତାନରେ (2)

ତୁମେ ମନେ ପଡ଼ ଗାଆଁ ମନ୍ଦିରର

ଆଳତି ,ଘଂଟା ଦୀପରେ

ତୁମେ ମନେ ପଡ଼ ବରଷା ରାତିର

ବିଜୁଳିର ଚମକରେ (3)

ଜାଣେନା କାହିଁକି ଏତେ ମନେପଡ଼

ମନେ ପଡେ ତୁମ କଥା

ଚାରି ଆଡେ ଖାଲି ତୁମରି ସୁବାସ

ତୁମ ପ୍ରୀତିର କବିତା (4)


Rate this content
Log in

Similar oriya poem from Romance