Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ମଣିଷ ଭଳିଆ ମଣିଷଟେ ହେବ

ମଣିଷ ଭଳିଆ ମଣିଷଟେ ହେବ

1 min
7.0K


ମଣିଷ ଭଳିଆ ମଣିଷଟେ ହେବ

 

ପର୍ଶୁରାମ ବିଶ୍ୱାଳ

 

ବୁଝେଇଦବୁ କି ମୋ ମାଆମାନଙ୍କୁ ଆରେ ମୋ କଳାଠାକୁର

ସ୍ନେହ ଆଦର ସେ ମମତା ଦେଇକି ବଢ଼ାଉ ତା’ର କୁମର

ମାଡ଼ଗାଳି, ଟାଣ କଥା ଭୁଲିଯାଉ

ନିରିଦୟ ବ୍ୟବହାର ।

 

ମାଡ଼ ଖାଇ ଯେବେ ଡରୁଆଟି ପିଲା, ତେବେ କାମ ଗଲା ସରି

ଛେଳିଖିଆ ଲଙ୍କା ଗଛ ସେ ଜାଣିବ, ପାରିବ ନାହିଁ ଉଧୁରି

ତା ଭିତର ଶକ୍ତି ଭିତରେ ରହିବ

କାମେ ଲାଗିବନି କା’ର ।

 

ନିର୍ଭୀକ ହୋଇଲେ ପିଲାଟିଏ ଜଗା ହେବ ନିଶ୍ଚେ ସତ୍ୟବାଦୀ

ଏଇ ଦୁଇ କଥା ଏକାଠି ହୋଇଲେ କେ’ ନଥିବେ ତା’ର ବାଦୀ

ମଣିଷ ଭଳିଆ ମଣିଷଟେ ହେବ

ଯାହା ଖୋଜୁଚି ସଂସାର ।

 

ମାଆ ସିନା ସହେ ତା’ର ତେଲଲୁଣ ସଂସାର ଗୋଟିର ବୋଝ

ଖଟିଖଟି ବୁଝିବାକୁ ବେଳ ନାହିଁ, କେବେ ସେ ସକାଳ-ସଞ୍ଜ

ଅଝଟ ହୋଇଲେ ଛୁଆକୁ ସେ ମାରେ

ହରାଇ ବୁଦ୍ଧି ବିଚାର ।

 

ଲୋଡ଼ା ସେ ଉତ୍ତମ ବିଚାର ସଂସ୍କାର ଆଜି ଆମ ପିଲା ପାଇଁ

ମୁକ୍ତ ଆକାଶର ପକ୍ଷୀଟିଏ ସିଏ, ନଧର ତା ଦୋଷ କେହି

ଏଇ କଥା ଗୋଟି ମାଆମାନଙ୍କୁ ତୁ

ବୁଝେଇଦେଏ ଠାକୁର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in