Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

3  

Kamal Kumar Dash

Others

ତୁଳସୀ ଟିଏ ମୁଁ

ତୁଳସୀ ଟିଏ ମୁଁ

1 min
2.7K


ତୁଳସୀଟିଏ ମୁଁ ତୋର ଅଗଣାର

ବଳିତାଟିଏ ସ୍ମୃତିର

ସବୁତ ତୋହର କିଛି ନାହିଁ ମୋର

କେହି ନୁହେଁ ତୋ ପତିର । 1

ସିନ୍ଦୂର ତ ତୋର ଶଙ୍ଖା ବି ତୋହର

କିଛି ନାହିଁ ଆଜି ମୋର

ତଥାପି ଜାଣେନା କାହିଁକି ତୁ ରାଗୁ

ସାଥିଟିଏ ହୋଇ ମୋର । 2

ମୋ ମନର ଦୁଃଖ ଆଖି ଲୁହ ହୋଇ

ଆଜି ଗଲା ବେଳେ ବୋହି

ଟିକିଏ ବୁଝାଇ ପୋଛିଦେଲେ ବୋଲି

କାହିଁକି ରାଗୁଛୁ ତୁହି । 3

ତୁ ପରା ମୋହର ପିଲା ଦିନ ସାଥୀ

ଅନ୍ତରଙ୍ଗ ଅତୀତର

ତୁ ଯଦି ନ ବୁଝୁ କାହାକୁ କହିବି

ବେଦନା ମୋ ହୃଦୟର । 4

ଫେରିବିନି କେବେ ତୋ ଘରେ ଆଉ ମୁଁ

ଶୁଖ ରେ ଦୁଃଖରେ ସାଥି

ତୁଳସୀ ଗଛରେ ପାଣି ଦେଲାବେଳେ

ମନେ ପକାଇବୁ ନିତି । 5


Rate this content
Log in