Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ମଡର୍ଣ୍ଣ ଲଭ୍

ମଡର୍ଣ୍ଣ ଲଭ୍

1 min
6.6K


ମଡର୍ଣ୍ଣ ଲଭ୍

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

କହିଦେଲି ତାକୁ ଥରେ ‘ଲଭ୍’,

ବହି ହୋଇଗଲା ସବୁ ଫ୍ଲପ୍,

ହସୁଥିଲି ବୁଲୁଥିଲି ନନ୍- ଷ୍ଟପ୍,

ହୋଇଗଲା ସବୁ ଫୁଲ୍-ଷ୍ଟପ୍ ା

କରିଦେଇଛି ମୋତେ ରିଫିଉଜ୍,

ଜୀବନର ସବୁ ତାର ଆଜି ଫିଉଜ୍,

କାହାକୁ କହିବି ଏ ସ୍ୟାଡ୍ ନିଉଜ୍,

ମନ ମୋର ଭାରି କନ୍-ଫିଉଜ୍ ା

କେଉଁ ଝିଅ ଚାହୁଁନି ପ୍ରେମର କ୍ଲାସ୍,

ଖାଲି ଛନଛନ ଟାଇମ୍ ପାସ୍,

ବିଦେଶୀ କଲ୍ଚର୍ ପ୍ରେସର୍ ରେ,

ପ୍ରେମ ହୋଇଗଲା ଅଣ୍ଡର୍-ପ୍ରେସର୍ ା

ବେଶୀ ନେହୁରା ହୁଅନାହିଁ ମେଲ୍,

ଶୁଣିବ ମଧୁର ବାଣୀ : ଗୋ ଟୁ ହେଲ୍,

ଲଭ୍ ଚକ୍କରରେ ସବୁ ପମ୍ପଚର୍,

ବିଦେଶରେ ନାହିଁ ପ୍ୟାଚ୍ କଲ୍ଚର୍ ା

ଭାଇ ଛାଡ଼ନାହିଁ କେବେ ହୋପ୍,

ପୁଣି ଆସିବ ଜୀବନେ ନୂଆ ରୋପ୍,

ଭାବନାରେ କାହିଁକି ମନକୁ ଟାଣୁଛ ?

ଇଉଜ୍ ଆଣ୍ଡ ଥ୍ରୋ ଯୁଗରେ

ବହିଗଲା ପାଣିକୁ ଧରିବାକୁ ଚାହୁଁଛ !

ସେହି ଗଙ୍ଗାରେ ବୁଡ଼ ପକେଇଦେ,

ଜୀବନର କିଛି ତୃଷ୍ଣା ମେଣ୍ଟେଇନେ,

ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି

ଆଧୁନିକ ମନ୍ତ୍ରରେ ନିଜକୁ ଢାଳିନେ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy