Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଅଭିମାନ

ଅଭିମାନ

1 min
6.9K


ରୋମାଣ୍ଟିକ କବି ମାୟାଧର ମାନସିଂହ


ବାର ବାର ଜିଜ୍ଞାସିଛ ହେ ଅଭିମାନିନୀ,

ଏଇ ପ୍ରଶ୍ନ ନିଶି ନିଶି- 'ଆଦ୍ୟ ପ୍ରଣୟିନୀ

ଯେ ଥିଲା ତାହାରେ ଦେଇ,ସମସ୍ତ ପ୍ରଣୟ

ମତେ ହେ ଭୁଲାଅ କିପାଁ ? ପରମ ସଂଶୟ

ମୋର ଅଛି ତବ ସ୍ନେହେ'-କହିନି ଉତ୍ତରେ

ବରାଙ୍ଗୀ ମୁଁ ବାରବାର ?- 'ପ୍ରଣୟ-ମନ୍ତ୍ରରେ

ଅଭିଷିକ୍ତ କରି ମୋର ପ୍ରଥମ-ପ୍ରେୟସୀ

ଉପଯୁକ୍ତ କଲା ମତେ ପଦତଳେ ବସି

ଦେବାକୁ ତୁମ୍ଭରେ ମୋର ପ୍ରେମ-ଆରାଧନା

ବିଦଗ୍ଧ ପ୍ରେମିକ ସମ !ସୁପ୍ତ ମୋ ବାସନା

ଜାଗ୍ରତ କରିଛି ସେହି,ପ୍ରଣୟ-ପିପାସା

ଉଠାଇଛି ପ୍ରାଣେ ମୋର,ଶିଖାଇଛି ଭାଷା

କହିବାକୁ ପ୍ରୀତି-କଥା ପ୍ରେୟସୀ-ସମ୍ମୁଖେ;

ତା ପ୍ରତି କି ଅଭିମାନ ସାଜେ ତବ ମୁଖେ ?'

ସମାପ୍ତ


Rate this content
Log in

Similar oriya poem from Classics