Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୧୩

ଜୀବନ ଗୀତା-୩୧୩

1 min
175


ଜୀବନକୁ ବୁଝିବା ତ

ସହଜ ନୁହେଁ

ବୁଝିହୁଏ କିଛି ପୁଣି

ଅବୁଝା ରୁହେ ॥୦॥

କେବେ ଲୁଚିଯାଏ

ଗାଢ ଅଂଧକାରେ

ପୁଣି ଆଲୁଅରେ

ଝଲମଲ କରେ

ଜୀବନ କେବେ ଅରଣ୍ୟର ପଥ

ଅଚିହ୍ନା ଅଜଣା କଣ୍ଟକଭରା

କେବେପୁଣି ସେ ଚିହ୍ନାଜଣା ପଥ

ପଥଧାର ନାନା ଫୁଲରେ ଭରା

ସୁରଭିତ ସମୀର ତା

ମନକୁ ମୋହେ ॥୧॥

କେବେ ପାରିଦିଏ

ଫୁଲର ବିଛଣା

ପୁଣିଦିଏ କେବେ

କଣ୍ଟାର ଯନ୍ତ୍ରଣା

ଜୀବନ କେବେ ପ୍ରେମର ପୂରବୀ

ପ୍ରେମରେ ପ୍ରେମରେ ଭିଜାଉଥାଏ

କେବେପୁଣି ସିଏ ଛିନ୍ନ ବୀଣାରେ

ବିରହ ରାଗିଣୀ ବଜାଉଥାଏ

ଭରଦେଇ କେତେ ଦୁଃଖ

ଛୋଟ ହୃଦୟେ ॥୨॥


Rate this content
Log in