Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

1.0  

Mamatamanjari Das

Others

ବର୍ଷା

ବର୍ଷା

1 min
6.8K


ନିଦାଘର ଅନ୍ତେ ଆସିଛି ବରଷା

ତା'ରିମ୍ ଝିମ୍ ନୂପୁର ତାନେ

ମାଟିର ମହକ ଭରିଦିଏ ମନ

ବେଙ୍ଗୁଲୀର ଡାକ ଶୁଭୁଛି କାନେ।

ବରଷାର ଛିଟା ଛୁଇଁଲେ ଧରାକୁ

ହୋଇଯାଏ ପଲ୍ଲବିତ

ଶ୍ୟାମଳ ଶ୍ୟାମଳ ଲାଗଇ ଧରଣୀ

ମନ ହୁଏ ପୁଲକିତ ।

କଦମ୍ବ ସମ୍ଭାରେ ହସି ଉଠେ ଧରା

ସବୁଜ ଘାସରେ ଚାଲଇ ସାଧବ ବୋହୂ

ନାଲି ଟୁକୁ ଟୁକୁ ଦେହଟି ତାହାର

ଝରିପଡେ ସତେ ଖୁସିର ମହୁ।

ଉତଫୁଲିତ ମନେ ଚାଷୀ ଭାଇ ଯାଏ

କାଳିଆ କଷରା ନେଇ

ଆନନ୍ଦ ମନରେ ଗୀତ ଗାଉଥାଏ

ଥରି ଉଠୁଥାଏ ମହୀ।

ବରଷା ରାଣୀର ରିମ୍ ଝିମ୍ ଛିଟା

ବାଣ୍ଟେ କେତେ ପ୍ରୀତି ବାରତା

ଚୁପି ଚୁପି କୁହେ କାନରେ ଯେମିତି

ହୃଦୟକୁ ଧୁଅ ମୋର ଏ ଜଳରେ

ନାଶ ହେବ କଳୁଶତା ।

ମମତା ମଞ୍ଜରୀ ଦାସ, ବାଲିସାହି,ମଧୁପାଟଣା କଟକ

ଦୂରଭାଷ...୯୭୭୭୪୭୩୨୭୭


Rate this content
Log in