ମୁଇଁ କଳାପ୍ରେମୀ
ମୁଇଁ କଳାପ୍ରେମୀ
କଳା ରଂଗ ମହାମୁସକିଲ୍ ଆଏ
ଅଂଧାର ଭିତରେ ବି ଝକଝକେଇ କରି
ସାରା ଦୁନିଆଁ ଉକିଆ କରସି ଜନ୍
କେତେବେଲେ ସେ ନିଜେବି ଫସି ଯାଏସି
କଳା କିଟକିଟ ଅଂଧାର ଭିତରେ...
ଅଂଧାର ଭିତରେ ବଢୁଥିବା କନ୍ୟା ଭୃଣ
ସିଧା ସରଗକେ ଚାଲି ଯାଏସି...
ଧୋପ ଫରଫର ଉକିଆ ବି
ଥରେ ଥରେ ଅଂଧାର ହେଇ ଯାଏସି
ମଂଦିର ଅଂଧାର ଭିତରେ ଦେବୀ
କଣା ହେଇ ଯାଏସି...
ଆଠ ବଏସିଆ ଟୁକେଲ ମରି ଯାଏସି...
ଇ କଳା ରଂଗ ମରଲାଗି
ମହା ରହସ୍ୟମୟ ଆଏ ଭାଇ....!
କେତେବେଲେ କଳା ଭିତରେ ବଂଚିବାର ଲାଗି
ଛନଛନେଇ ଜାଏସି ମନ୍
ଚିଟକି ପକାସି ମାଁ ମାଟିର ଇତିହାସ୍
ହଜଲା ନୁକଲା ଶବଦ୍...
ବହୁତ ଖୁସି ଲାଗସି ଅବୁଝା ଝନେ
ଥାପଡି ପିଟି ଦେଲେ... ମଁଚାନ୍ ପାଶେ
କାଏଁହେଲା ଯେ କଳାକେ ମୁଇଁ
ଏତେ ବେସି ଭଲ୍ ପାଏସିଁ..
ଜାନି ନାଇଁପାରେ ମୁଇଁ... ମତେ ସେ
ଜୋର୍ ବରଦସ୍ତ ଭିଡି ନେସି...
କଳା ଏତେ ଆନଁଦ୍ ଦେସି ଯେ
ମୁଇଁ ତାର୍ ଭିତରେ ଲିନ୍ ହେବାକେ
ଚାହେସିଁ...!!