Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational Fantasy

3  

Pranati Mahapatra

Inspirational Fantasy

ମାତା କଷ୍ଟ ମୁହିଁ ଲଙ୍ଘିବା ପାଇଁ

ମାତା କଷ୍ଟ ମୁହିଁ ଲଙ୍ଘିବା ପାଇଁ

1 min
6.8K


ମାତା କଷ୍ଟ ମୁହିଁ ଲଙ୍ଘିବା ପାଇଁ, 

                     ଅଷ୍ଟମ ଗରଭୁ ଜାତ ହୁଅଇ।

ସଂସାରୁ ପାତକ କରିବି ନାଶ, 

                   ଅଧର୍ମ, ଅନ୍ୟାୟ କରି ବିନାଶ ।

ମଣିଷ ଜନ୍ମ ଦୁର୍ଲ୍ଲଭ ଅଟଇ

                ସେ ଜନ୍ମ ନେବାକୁ ଇଚ୍ଛା ବଳଇ।

ଯୁଗେ ଯୁଗେ ଧର୍ମ ସ୍ଥାପନା ପାଇଁ, 

                 ଦେବକୀ ମାଗର୍ଭେ ଜାତ ହୁଅଇ।

କଂସର ଦୈ।ରାତ୍ମ୍ୟ ବଢିଚାଲିଲା,

              କୃଷ୍ଣ ନାମେ ମୋର ଜନମ ହେଲା ।

ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ, 

               ଘୋର ଅନ୍ଧକାର ବର୍ଷା କାଳରେ ।

ପିତା ବସୁଦେବ ଗୋପପୁରରେ,

                ନେଇ ଛାଡିଥିଲେ ନନ୍ଦର ଘରେ।

ଗୁପ୍ତରେ ରହିଲି ଯେ ଗୋପପୁରେ,

                    ଲବଣୀ ଖାଇଲି ମୁଁ ହରଷରେ।

ନନ୍ଦବାଳା ବୋଲି ହେଲି ସର୍ବେ ଜାଣିଲେ,

          ଯଶୋଦା ରାଣୀ ମୋ ମାତା ହୋଇଲେ ।

କଂସର ଦୈ।ରାତ୍ମ୍ୟ ବଢିଚାଲିଲା, 

                ପାପଭାରେ ପୃଥ୍ଵୀ ଅସ୍ଥିର ହେଲା।

ତେଣୁ ବିନାଶିଲି କଂସମାମୁଁଙ୍କୁ,

                ହସ ଆଣିଦେଲି ମୋର ମାତାଙ୍କୁ।


Rate this content
Log in

Similar oriya poem from Inspirational