Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Others

3  

Prasanna Kumar Madala

Others

ଭକ୍ତ ପଦରଜ

ଭକ୍ତ ପଦରଜ

1 min
186




ଆର୍ତ୍ତନାଦ କରି   ଡାକ ଦେଲା କରୀ

ଘୋରଜଳେ ଯେବେ ଡୁବେ

ଊର୍ଦ୍ଧ୍ବେ ତୋଳି କର ବୋଲେ ରକ୍ଷା କର

ଅକାଳେ ବିପତ୍ତି ଲଭେ

ଗ୍ରାହ ନିଏ ଟାଣି    ଆହେ ଚକ୍ରପାଣି

ଶୁଣିବ ନାହିଁ କି ତୁମ୍ଭେ

ତା'ର ଗର୍ଜନରେ  ଲକ୍ଷେ ଯୋଜନରେ

ଲକ୍ଷ୍ମୀନାହା ପଦ୍ମନାଭେ

ତତ୍କାଳେ ସତେ କି ଶୁଭେ 

ଗରୁଡେ ସୁମରି     ଭକତେ ତୁମରି

ସାହା ହେଲ ଅବିଳମ୍ବେ ।


ଚଳାଇଲ ଚକ୍ର      ନାଶିବାକୁ ନକ୍ର

ଧରିଥିଲା ବୋଲି ପାଦ

ଉଦ୍ଧାରିଲ ବୋଲି   ପଦ୍ମ ଏକ ତୋଳି

କରୀ କରେ ଧନ୍ୟବାଦ

ଗଜେନ୍ଦ୍ରକୁ ରଖି     ଭାବକୁ ପରଖି

ଫେଡାଇଲ ଅବସାଦ

ବିଷ୍ଣୁଯାନେ ବସି    ଗ୍ରାହ ପାଏ ହସି

ମୁକ୍ତିପଥ ପରସାଦ

କି ଲାଗି କରନ୍ତି ବାଦ

ହରି ହରି ଭଜ      ଭକ୍ତ ପଦରଜ

ହରିନିଏ ପରମାଦ ।


ପ୍ରସନ୍ନ କୁମାର ମାଦଳା



Rate this content
Log in