Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshayakumar Dash

Others

2  

Akshayakumar Dash

Others

ଧରା

ଧରା

1 min
127


ଆକାଶ ଡାକଇ ଧରାଲୋ

କପାଳ ଫାଟିଲା ପରାଲୋ

ସହିଅଛୁକେତେ କଷଣ

ହୀନିମାନ ରୂପ ବସନ

ନଇନାଳ ବନ ଝରଣା

ରହିଛନ୍ତି କରି ଛଳନା

ମାଡିଆସେ କାଳ ବତାସ

କରିଦିଏ ତତେ ହତାଶ

ସୁରୁଜକିରଣେ ମୁଖଟି

ପୋଡିଦିଏ ସବୁ ସୁଖଟି

ପାତାଳ ଧମକ ଦେଉଛି

ଭମିକମ୍ପାକେତେ ହେଉଛି

ମଣିଷ ବସିଛି ଆବୁରୀ

ହାନି କରୁଅଛି ସବୁରି

ଧରଣୀ କହିଲା ଆକାଶ

ଛଳନାରେ କଲୁ ପ୍ରକାଶ ।

ମୋଠାରୁ ରହିଛୁ ଉପରେ

ରଙ୍ଗଢଙ୍ଗ ବହୁରୂପରେ ।

ଆସୁ ଯେତେ ଝଡ଼ ବତାସ

ରଖିଛି ମନରେ ସାହସ

କାହାର ହେବନି ହାନିରେ

ରଖିବି ପଣତ କାନିରେ



Rate this content
Log in