Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance

5.0  

ବି. ନିରୁପମା

Romance

ତୁମେ କହିଦେଲ ତାହା

ତୁମେ କହିଦେଲ ତାହା

1 min
331


ନିରେଖିଥିବି ମୁଁ ତୁମକୁ ଏମିତି

ପଲକ ପକାଇବିନି ,

ଏତେଦିନ ପରେ ପାଖରେ ପାଇଛି

କୁହ କିଛି ତୁନି ତୁନି ।


ସଜଫୁଟା ନୀଳକଇଁ ଭଳି ତୁମ

ଢଳ ଢଳ ଦୁଇ ଆଖି ,

ମନେ ପଡ଼ୁଅଛି ପହିଲି ଦେଖାରେ 

ମନ ରହିଗଲା ଲାଖି ।


ଲାଜୁଆ ଲାଜୁଆ ଚାହାଣି ସହିତ

କଥା କହୁଥିଲ ଥିରି ,

ଓଠ କୋଣେ ଲାଖିଥିବା ଧାରେ ହସ

ହୃଦୟକୁ ଦେଲା ଚିରି ।


ଆନମନା ହୋଇ ଆଙ୍ଗୁଠି ଧାରରେ

ଟାଣୁଥିଲ ତୁମେ ରେଖା ,

ଓଢ଼ଣୀକୁ ହାତେ ଗୁଡ଼ାଉ ଗୁଡ଼ାଉ

ଦେଇଥିଲ ଗୋଟେ ଲେଖା ।


ମୁଁ କାଳେ ଆସିକି ଘରେ କହିଦେବି-

ଝିଅ ମନଲାଖି ନୁହେଁ ,

ତୁମେ ଲେଖିଥିଲ ,ରାଜି ହେଲେ ମୁହିଁ

ସଂସାର ଗଢ଼ିବା ଦୁହେଁ ।


ମନା କରିବାକୁ ଉପାୟ ନ ଥିଲା

ମନ ଖୋଜୁଥିଲା ଯାହା ,

ମୁହଁଖୋଲି ମୁହିଁ କହିବା ଆଗରୁ 

ତୁମେ କହିଦେଲ ତାହା ।


Rate this content
Log in