Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ASWINI DASH

Thriller Others

5.0  

ASWINI DASH

Thriller Others

ପ୍ରଜାପତିର ଡେଣା -୧୮

ପ୍ରଜାପତିର ଡେଣା -୧୮

1 min
159


କାହିଁକି କାନ୍ଦୁଛୁ ପ୍ରଜାପତି

କ୍ଷତାକ୍ତ କାହିଁକି ତୁ

ଜର୍ଜରିତ ତୁ କେଉଁ ଯନ୍ତ୍ରଣାରେ!

ସେମାନେ ତ ଶୋଇଥିଲେ ନିଶ୍ଚିନ୍ତରେ

ଆଲୋକିତ ଥିଲା ଉପବନ ତୋର ଫୁଲଙ୍କ ବର୍ଣ୍ଣରେ

ତୋ ମନରେ ନିର୍ମାୟା ଆନନ୍ଦ

କାହିଁକି ତୁ ବାଣ୍ଟୁଥିଲୁ ଫୁଲଙ୍କ ଉପହାର ସେମାନଙ୍କୁ?

ତୋ ଦେହ ତ ଦେହ ନୁହେଁ ପକ୍ଷୀ

ତୁ ତ ବର୍ଣ୍ଣାଭ ଜ୍ୟୋତି

କାହିଁକି ବିଞ୍ଛୁଥିଲୁ ସୁଗନ୍ଧ ସେମାନଙ୍କ ପଥରେ

ପ୍ରାନ୍ତରେ , ଗୃହମାନଙ୍କରେ!

ସେମାନେ ତୋତେ ବିଗ୍ଧ କଲେ ଉପହାସେ

ମକଚି ଦେଲେ ତୋ ଉପହାର

ବିଳପି ଉଠିଲା କ୍ଷୁଦ୍ର ଡେଣା ତୋର

ଅପମାନର ଅଗ୍ନିରେ ପ୍ରଜ୍ଜ୍ଵଳିତ ହେଲୁ ତୁ।

କେଉଁ ଭ୍ରମରେ ଭ୍ରମିତ ଥିଲୁ

ନିଶାସକ୍ତ ଥିଲେ ତ ସେମାନେ

ଉଦଭ୍ରାନ୍ତ ବି ।

ସେମାନେ ନିଜ ନିଜ ବାସ୍ନାରେ ବିଭୋର

ଅଭିମାନର ମଦିରା କେତେ ଭୟଙ୍କର କିଏ ଜାଣେ!

ସେମାନେ ତ ନିଜ ନିଜ ବନ୍ଧନରେ ବନ୍ଦୀ!

ବୋଝ ଥିଲା ତୋ ଡେଣା ସେମାନଙ୍କ ପାଇଁ

ବୋଝ ଥିଲା ତୋ ଉପହାର ।

ଫେରିଆ ଥରେ ସେଇ ଉପବନ

ଯେଉଁଠି ଆଜି ବି ଆଲୁଅ ଜଳେ ।

ସେମାନଙ୍କ ଗୃହ ବର॰ ଅନ୍ଧାର ଥାଉ

ବୋଝ ହେଉଥାଉ ରାତି ।


Rate this content
Log in