Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ତୁମ ନାମଧେୟ

ତୁମ ନାମଧେୟ

1 min
100



ନିଜ ସୌମ୍ୟ ସୌନ୍ଦର୍ଯ୍ୟ କେମିତି କରିଲ ସଞ୍ଚୟ,

ଭବଦୀୟ ଜାଣିବାକୁ ଚାହୁଁଛି ତୁମର ନାମଧେୟ,

ଉଭୟଙ୍କ ହୃଦୟର ବିନିମୟ ଯେ ଉଚିତ ବିଧେୟ,

ମୋ ପ୍ରଣୟ ଅଙ୍ଗୀକାର କରି ଜୀବନ କର ସକ୍ରିୟ |୧|


ତୁମ ନାଆଁ ଲାଗୁଛି କଟକ କନ୍ୟା,

ତୁମ ନାଆଁ ଲାଗୁଛି ଅନୁଗୁଳ ଅନନ୍ୟା,

ତୁମ ନାଆଁ ଲାଗୁଛି ଗୁଣୁପୁର ଗିରିକନ୍ୟା,

ତୁମ ନାଆଁ ଲାଗୁଛି ସମ୍ବଲପୁର ସୁକନ୍ୟା |୨|


ତୁମେ ଲାଗୁଛ ଯାଜପୁର ଯମୁନା,

ତୁମେ ଲାଗୁଛ କେନ୍ଦ୍ରାପଡ଼ା କଳ୍ପନା,

ତୁମେ ଲାଗୁଛ ବାଲେଶ୍ଵର ବନ୍ଦନା,

ତୁମେ ଲାଗୁଛ ରାୟଗଡ଼ା ରଞ୍ଜନା |୩|


ତୁମେ ଲାଗୁଛ ଭୁବନେଶ୍ୱର ଭାବନା,

ତୁମେ ଲାଗୁଛ ଚନ୍ଦନପୁର ଚମ୍ପା ଚନ୍ଦନା,

ତୁମେ ଲାଗୁଛ ଆଠଗଢ ଆରାଧନା,

ତୁମ ନାମଧେୟ ବହୁ ଶୀଘ୍ର ଯେ କୁହନା |୪|



Rate this content
Log in