Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Romance

3  

Prasant Kumar Nath

Romance

ଅନୁତାପ

ଅନୁତାପ

1 min
287


ଭଲପାଇ ତୋତେ ଭୁଲ କରିବାର

କରୁଛି ମୁଁ ଅନୁତାପ

ପ୍ରେମ କରି ବୋଧେ ପାପ କରିଥିଲି

ଦେଲୁ ମୋତେ ଅଭିଶାପ ।


ଜଳୁଛି ଆଜି ମୁ ବିରହ ନିଆଁରେ

ସ୍ମୃତି ବିଛଣାରେ ଶୋଇ

ଭଲପାଇବାର ମୂଲ୍ୟବୋଧ ପ୍ରିୟା

ଦେଇଛୁ ମୋତେ ବୁଝେଇ ।


ବୁଝି ପାରିଲିନି ଛଳନା ତୋହର

ରୂପରେ ଗଲି ମୁଁ ଭାଳି

ରୂପ ସିନା ତୋର ଚହଟ ଚିକ୍କଣ

ମନଟି ମାୟା ନଗରୀ ।


ହସି ହସି ଯେବେ କହିଦେଲୁ ମୋତେ

ତୋତେ ଭୁଲିଯିବା ପାଇଁ

ବୁଝିଗଲି ମୁହିଁ ପ୍ରେମକୁ ତୋହର

ଅବୁଝା ରହିଲା ନାହିଁ ।


ଜାଣିଗଲି ମୁହିଁ ଚେହେରା ଦେଖିକି

ପ୍ରେମେ ପଡେ ଯିଏ ଥରେ

ସେହି ପ୍ରେମ ତାକୁ ନିଜ ଅଜଣାତେ

ସବୁଦିନ ପାଇଁ ମାରେ ।


ଯାହା ଜୀବନରେ ଆସି ପହଞ୍ଚିବ

ଏମିତି ପ୍ରେମର ଗପ

ଭଲପାଇବାର ଭୁଲ କରି ସିଏ

କରୁଥିବ ଅନୁତାପ ।



Rate this content
Log in

Similar oriya poem from Romance