ଗରୀବର ସୁଖଦୁଃଖ
ଗରୀବର ସୁଖଦୁଃଖ
1 min
83
ପ୍ରଭୁଙ୍କ ଦରବାରେ ବାସ କରନ୍ତି
କୋଟି କୋଟି ଜୀବଜନ୍ତୁ
ତା ମଧ୍ଯରେ ଶ୍ରେଷ୍ଠ ମାନବ ଜନମ
ତଫାତ ଅନେକ କିନ୍ତୁ ॥
କିଏ ଧନୀ ତ କିଏ ଗରୀବ ଏଠି
ସଭିଙ୍କ ରକତ ଅଭିନ୍ନ
ଧନୀ ବଂଚି ରହେ ଟଙ୍କାପୁଳା ପାଇଁ
ଗରୀବ ମନ ମହାନ ॥
ଗରୀବ ବୁଝିପାରେ ସମୟ ମୂଲ
ଦୁଃଖରୁ ସାଉଁଟେ ସୁଖ
ଧନୀ ଖୋଜେ ଖାଲି ଧନଖଣି ସଦା
ସୁଖକୁ ମଣଇ ଦୁଃଖ ॥
ଦେହର ଲୁଣିଆ ଝାଳର ସୁଆଦ
ପାଇଥାଏ ଯେ ଗରୀବ
ଧନ ପାଇଁ ମରାହଣା କରିକରି
ଧନୀର ନିଦ ଅଭାବ ॥
ଲୁଣ ଲଙ୍କା ସାଥେ ମୁଠେ ଭାତ ଖାଇ
ଗରୀବ ପାଏ ଆନନ୍ଦ
ଛଅ ତିଅଣକୁ ନଅ ଭଜା ଖାଇ
ଧନୀର କାନ୍ଦଇ ହୃୃୃୃଦ ॥
ପାହାନ୍ତାରୁ ରାତି ସୁଖଦୁଃଖରେ ଯେ
ଗରୀବ ପୋଷୁଛି ପେଟ
ମୁହୁର୍ତ୍ତ ମୁହୁର୍ତ୍ତ ଗୁମୁରି କାନ୍ଦୁଛି
ଧନୀ ହୁଏ ଛଟପଟ ॥