Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamal Kumar Dash

Others

3  

Kamal Kumar Dash

Others

ଅବୁଝା

ଅବୁଝା

1 min
191


କବିତାକୁ ମୋର  ପଚାରିଲି ଥରେ 

       କାହିଁକି ଅବୁଝା ହୁଅ

ଟିକିଏ କଥାରେ  ରାଗିଯାଅ କେବେ

      କେବେ ହସି ଧରାଦିଅ (1)

ଟିକିଏ ହସିଲା   ହସିକି କହିଲା

     ମୁଁ ପରା  ମନେଇ ଝିଅ

ମନ ମାନିଥିଲେ  ଅତି ଆପଣାର

    ନହେଲେ ନଈର ସୁଅ (2)

କଲମକୁ ମୋର  ପଚାରିଲି ଥରେ 

    ଗୁମ ସୁମ କାହିଁ ପାଇଁ

କବିତା ଲେଖିବା ସମୟ ଆସିଲେ

     ଚାଲୁନି ତୁ କାହା ପାଇଁ (3)

କଲମ ହସିଲା     ହସିକି କହିଲା

     ତୁମ ମନ କଥା ଲେଖେ

ତୁମ ପ୍ରେମ କଥା  ଲେଖିଲା ବେଳେ ମୁଁ

     ମୋ ପ୍ରିୟI ସପନ ଦେଖେ (4)

ଭାବନା କୁ ମୋର  ପଚାରିଲି ଥରେ

       କାହିଁକି ତୁ ବୁଲୁ ଥାଉ

କେବେ ଲାଗେ ମତେ ମୋ ପାଖରେ ଅଛୁ

      କେବେ ଦୂରେ ଚାଲିଯାଉ(5)

ଟିକେ ଲାଜେଇଲା    ହସିକି କହିଲା

        ମୁଁ ତୁମ ମନର ପରୀ

ତୁମରି ପ୍ରେମରେ    ହସି ନାଚୁଥାଏ

      ଦୁଃଖରେ ଯାଏ ମୁଁ ମରି ( 6)

 ପ୍ରୀତି ଭରା ତୁମ   ପ୍ରେମ କବିତାକୁ

       ଗୁଣୁ ଗୁଣୁ ଗାଉଥାଏ

ଉଦାସ ରାତିରେ   ଜହ୍ନ ତାରI ମେଳେ

       ଲୁଚକାଳି ଖେଳୁଥାଏ (7)


   



Rate this content
Log in