Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

ବର୍ଷା ଯେବେ ଆସିଲା

ବର୍ଷା ଯେବେ ଆସିଲା

1 min
319



ଆକାଶର ଛାତିଚିରି

ବର୍ଷା ଯେବେ ଆସିଲା

ଧରଣୀର ବୁକୁପରେ

ଆନନ୍ଦରେ ବର୍ଷିଲା ।

ସବୁଜ ରଙ୍ଗରେ ଭରା

ସବୁଜିମା ଦିଶିଲା

ଗାଆଁ ଆଗ କିଆରୀରେ

ସୁନାକ୍ଷେତ ହସିଲା ।

ଜୁଈ ଜାଇ ହେନା ମଲ୍ଲି

କିସୁନ୍ଦର ବାସିଲା

ଇନ୍ଦ୍ରଧନୁ ସାତ ରଙ୍ଗେ

ଆକାଶଟା ହସିଲା ।

ଗାଆଁ ପଛ ନଈ ଧାରେ

ମୀନ ଏବେ ଖେଳିଲା

ବିଜୁଳୀର ଚମକଟା

ମନେ ଘର ତୋଳିଲା ।

ଭସାମେଘ ସାଥେ ସୂର୍ଯ୍ୟ

ଲୁଚ କାଳି ଖେଳିଲା

ନୀଳ ଆକାଶର ଦେହେ

କଳା ରଙ୍ଗ ବୋଳିଲା ।

ଘର ପଛ ବାଡ଼ି ଆଡେ

ଜହ୍ନି ଲତା ମାଡ଼ିଲା

ଜତନରେ ଆଈ ନିଜ

ଛତାଟାକୁ କାଢ଼ିଲା ।

ଧରାଣୀମା ସଜ ହୋଇ

କି ସୁନ୍ଦରୀ ଦିଶିଲା

ଗାଆଁଟା ମୋ ହସିଲା

ବର୍ଷା ଯେବେ ଆସିଲା ।


Rate this content
Log in