Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଭୋକ-ତୁ ବ୍ୟାଧ୍ୟ

ଭୋକ-ତୁ ବ୍ୟାଧ୍ୟ

1 min
129


ଭୋକ-ତୁ ଅପରିଚିତ ବ୍ୟାଧ୍ୟ

ଭୋକ,ତୋ ରୂପ ଅନେକ,

ତୋ ପର୍ଯ୍ୟବକ୍ଷକ

ଆ ଜାନୁ ଜଙ୍ଗମ କୀଟ ପତଙ୍ଗ,


ତୋ ପରିସୀମା 

ସୁଦୀର୍ଘ

ବୃତ୍ତ, ବଳୟ,


ତୋ ଜ୍ବଳନରେ ଜର୍ଜରିତ

ସମସ୍ତ ପ୍ରାଣ ,

ଭିକାରୀର ଭିକ୍ଷା ଥାଳିରୁ ତୁ ଆରମ୍ଭ ତୋ ଶେଷ ଆମ୍ବାନିର ବିଶ୍ବ ଧନୀକ ଦୌଡ ,


ତୋ ପରିସରଭୁକ୍ତ ସମସ୍ତ ପ୍ରାଣୀଜଗତ,


ତୋ ପ୍ରକାରଭେଦ ଅନେକ

ଆଖିର ଭୋକ,ପେଟର ଭୋକ,ଦେହର ଭୋକ

ମାଂସର ଭୋକ,

ଇତ୍ୟାଦି ଇତ୍ୟାଦି ଇତ୍ୟାଦି

ଅନେକ,


ତୋ 

ତାଡନାରେ ଭୋକିଲା ମଣିଷ ମଣିଷକୁ ମାରି ମଣିଷ ମାଂସ ଖାଇ ପାରେ,

ତୁ ଇଟସ୍ଥିତ ସର୍ବତ୍ର ବିଦ୍ୟମାନ,

 

ତୋ ଲାଗି ଖାଦକ ବନି ପାରେ ଖାଦ୍ୟ

ଖାଦ୍ୟ ବନିପାରେ 

ଖାଦକ,


ତୁ ଅଗ୍ନି ,ତୁ ସର୍ବ ସଂହାର 

ସର୍ବତ୍ର ବ୍ୟାପ୍ତ ଆକାଶ 

ତୁ,

ତୋ ଆଧାରେ ସବୁ କିଛି ନିର୍ଲୁପ୍ତ,


ଭୋକ,

ତୁ ଅଜଣା ,ତୁ ଅଚିହ୍ନରେ ଚିହ୍ନ 

ତୁ ଏକ

ଅପରିଚିତ ବ୍ୟାଧ-----!



Rate this content
Log in