Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Tragedy

3  

Mamatamanjari Das

Tragedy

ଶୂନ୍ୟତା

ଶୂନ୍ୟତା

1 min
238


ଶବ୍ଦ ଅଛି,ସୁର ଅଛି

ହେଲେ ଶୂନ୍ୟ ଅଛି ହୃଦ ଅଗଣା

ଶୂନ୍ୟ ଅଗଣାରେ ଧସେଇ ପଶନ୍ତି

ନିତି ନୂଆ ନୂଆ ଭାବନା ।


ମନଟା ମୋ ଆଜି ନଈଟିଏ ହୋଇ

ଧାଉଁ ନାହିଁ ଆଗେ ଆଗେ

ଫୁଲେଇ ଫଗୁଣ ରଙ୍ଗ ଭରିଲାନି

ଏ ମନ ଅଗଣା ବାଗେ ।


ହୃଦୟରେ ଯେତେ କାମନା ବାସନା

ଫିଙ୍ଗି ଦେଇଛି ମୁଁ ନଦୀର ଗଭୀର ଜଳେ

ହୃଦୟରେ ମୋର ଗୋଟିଏ ସପନ

ଦିନେ ଯିବି ମୁଁ ଯମୁନା କୂଳେ ।


ରାଧା ମନ ନେଇ ଯିବିନାହିଁ ମୁଁ

ଯିବି ଯଶୋଦା ର ମନ ନେଇ

ହୃଦୟ ବାତ୍ସଲ୍ୟ ମନର ମମତା

ସବୁ ସାଇତିଛି ତୋ' ପାଇଁ ।


ଦେଖା ହେବ ଯେବେ ଯମୁନା ଘାଟରେ

ଆଲିଙ୍ଗନ ତୋତେ କରିବି

ଶୂନ୍ୟ ହୃଦୟ ମୋ ପୂର୍ଣ୍ଣ ହୋଇ ଯିବ

ତୋ ପରଶ ଯେବେ ପାଇବି ।


ପିପାସୁ ଓଠ ମୋ ଚୁମିବ ତୋ ମଥା

ବେଦନା କୁ ଭୁଲି ଯାଇ

ଶୂନ୍ୟ ହୃଦୟ ପୂର୍ଣ୍ଣ ମୋ ହେବ

ତୋ' ପରଶ ଟିକେ ପାଇ ।


ଗଡି ପଡୁଥିବ ଆନନ୍ଦ ର ଅଶୃ

ପରଶ ତୋହର ପାଇ

ତୁ'ପୋଛୁଥିବୁ ଲୁହକୁ ମୋହର

ମୁଁ ଚିର ନିଦ୍ରାରେ ଯିବି ଶୋଇ ।



Rate this content
Log in

Similar oriya poem from Tragedy