Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Classics Others

2  

Minakshi Samal

Classics Others

ଫନି ବାତ୍ୟା

ଫନି ବାତ୍ୟା

1 min
191


ଫନି ମହାବାତ୍ୟା କରିଦେଲା 

        ମୋର ସହରକୁ ଛାରଖାର

ଘରଦ୍ବାର ସବୁ ଭାଙ୍ଗି ଦେଲା

        ଚାଷଜମି କଲା ନାରଖାର ।

ବୃକ୍ଷରାଜି ସବୁ ଉପାଡିଲା

        ଆଉ ଫୋନ୍ ବିଜୁଳିର ତାର

ଖାଦ୍ୟ ଓ ପାନୀୟ ଜଳ ପାଇଁ

        ପଡିଗଲା କେତେ ହାହାକାର ।

ଗରୀବ ଆଉଟି ହେଲେ ଭୋକେ

         ଶୋଷେ ଖୋଲା ଆକାଶର ତଳେ

ବିନା କରେଣ୍ଟରେ ଛଟପଟ

         ସହର ବାସିନ୍ଦା ମାନେ ହେଲେ ।

କିରାସିନି ଲଣ୍ଠନ ଜଳିଲା

          ଶୋଇଲେ ଘର ଛାତ ଉପରେ

ବିନା କରେଣ୍ଟରେ ଜୀବନର

          ଶୈଳୀ ଶିଖିଗଲେ ଧୀରେ ଧୀରେ ।

ବଢିଗଲା ଜିନିଷର ମୂଲ

           ବଢିଲା ପୁଣି କିଳା ପୋତେଇ

ସବୁଭୁଲି ଆଗକୁ ବଢିଲେ

           ଆମ ସହରର ସବୁଭାଇ ।

 ପ୍ରମାଣିତ କରି ଦେଖାଇଲେ

           ବିପଦକୁ ତାଙ୍କ ନାହିଁ ଡର

 ସାମନା କରିବେ ବୀର ପରି

            ଝଡ ବାତ୍ୟା ଆସୁ ଯେତେଥର ।


Rate this content
Log in

Similar oriya poem from Classics