Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

3  

Dambarudhar Bag

Others

କୁପଥରୁ ଫେରିଛି ପୁଅ

କୁପଥରୁ ଫେରିଛି ପୁଅ

1 min
210



ଭୋର୍ ଚାରିଟାରୁ ପୁଅ ମୋର ଉଠି

ପାଠ ପଢାରେ ମନ ସେ ଦେଉଛି ।

ହେଲେ ପୁଅ ତା'ର ଝିଅ ସାଙ୍ଗ ସହ 

ମୋବାଇଲ୍ ରେ ଚାଟ କରୁଛି ।

ବାପ ତା'ର ଖୁସି ହେଉଛି ।

ପାଠ ପଢି ପୁଅ ବଡ ହେଲେ ନିଶ୍ଚେ 

ଭଲ ଚାକିର କରିବ ଭାବୁଛି ।

ଦେଖିଲା ପୁଅକୁ ମୋବାଇଲ ଧରି

ବସି ୟୁଟୁବ ଦେଖୁଛି ।

ପଚାରିଲେ ବାପ ଗେଲ ବସରତେ 

ପାଠ ପଢା କ'ଣ ଚାଲିଛି ।

ପୁଅକୁ ଟି କହିଲା ଚାଲିଛି ।

ଚାଲିଛି ବାପା ଚାଲିଛି ସ୍ମାଟ ଯୁଗରେ 

ସ୍ମାଟ କ୍ଲାସ ୟୁଟୁବ୍ରେ ପାଠ ପଢୁଛି।

ସନ୍ଦେହରେ ବାପା ଉବୁଟୁବୁ ହେଲେ 

ଜାଣିପାରିଲେନି କିଛି ।

ମାଆକୁ ପଚାରି ସବୁ କଥା ତକ

ଫୁସୁର୍ ଫାସର୍ ହେଉଛି ।

ମାଆ କିଲିବିଳି ହେଉଛି 

କହୁଛି ରାଗରେ ଗରଗର ହେଇ 

ଆମ ପୁଅ ଭଲ ପଢୁଛି ।

ବାପାଟା ସନ୍ଦେହ କରୁଛି ।

ବହି ଖାତା ଛାଡି ପୁଅ ତା'ର କାହିଁ

ମୋବାଇଲ ରେ ଦିନ କାଟୁଛି ।

ଅଖିଆ ଅପିଆ ସଂଜ ସକାଳ 

ମୋବାଇଲ ଧରିକି ବସିଛି ।

କୁ ସାଙ୍ଗରେ ସେ କି ପଡିଛି ।

ପଡିଶା ଘରର ସାଙ୍ଗ ପିଲା ଟାକୁ 

ବୁଝାଇ ଘରକୁ ଡାକିଛି ।

କହ ବାପ ମୋର ପିଲାଟା ସ୍କୁଲରେ 

କିଭଳି ପାଠ ଟା ପଢୁଛି ।

ପିଲାର ଛାତିଟା ଥରୁଛି ।

ତଥାପି ସେ ମିଛ ନ ଲୁଚାଇ

ସତ କଥା କହି ଦେଇଛି ।

କହିଲା ମଉସା କାନରେ କାନରେ 

ପିଲା ଟି ତୁମର ଭୁଲ ବାଟରେ ଚାଲିଛି 

ପାଠ ପଢା ଛାଡି ଝିଅଙ୍କ ପ୍ରେମରେ 

ଉଠୁଛି ଆଉ ସେ ପଢୁଛି ।

ବାପ କାନ ମୋଡି ହେଇଛି ।

ପନ୍ଦର ହଜାରିଆ ମୋବାଇଲ୍ କିଣିକି 

କେଡେ ଭୁଲ୍ ସିଏ କରିଛି ।

ପାଖେ ପାଖେ ରହି ପିଲାଟାକୁ ବାପ 

ସବୁବେଳେ ଗାଇଡ୍ କରୁଛି ।

ମୋବାଇଲ୍ ରେ ପିଲା କ'ଣ ପଢୁଛି 

ସବୁ ଟିକି ନିଖି ଦେଖୁଛି ।

ପିଲାର ବୁଦ୍ଧି ଯେ ହଜିଛି ।

ମୋବାଇଲ୍ ଛାଡ଼ିକି ବହିଖାତା ଧରି 

ସଂଜ ସକାଳ ପଢୁଛି ।

ଟିକିନିଖି ବାପା ଗାଇଡ କରିବାରୁ 

କୁ ପଥରୁ ପୁଅଟା ଫେରିଛି ।

******************

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା ।


Rate this content
Log in