ସ୍ନେହ ବେଳାଭୂମି
ସ୍ନେହ ବେଳାଭୂମି
ସେ ଅମୃତ ବେଳାଭୂମିରୁ
ସନ୍ତାନ ରୂପି ଶାମୁକାକୁ
ସାଉଁଟି ଆଣି
ସାତ ରଙ୍ଗରେ ସଜାଇ ଥିଲା ମାଆ,
ଦାନ କଲା ଦୁର୍ଲଭ ଜୀବନ
ଓଠେ ଦେଲା ଅମୃତର ଧାର
ସେ ଅମୃତ ଧାରାର ସ୍ପର୍ଶରେ
ଜୀବନ୍ତ ହେଲା ଆପାଦ ମସ୍ତକ
ଜାଗ୍ରତ ହେଲା ନବ ସ୍ୱରୂପ,
ମାଆ ଅଟେ ସୁଧାନିଧି
ନାହିଁ ତା ତୁଳନା
ସିଏ ଶୁକ୍ର ତାରା ସମ
ଗଗନ ବକ୍ଷରେ ସବୁ ତାରା
ଅଦୃଶ୍ଯ ହେବା ପରେ
ସେମିତି ଉଜ୍ଜ୍ବଳ ଦିଶୁଥାଏ ସିଏ
ତା ସ୍ନେହ ଯେ ଅତୁଟ
ନୁହେଁ କାହା ସହ ତୁଳନୀୟ
ଯେମିତି ତା ସେନେହ
ବିଛିନ୍ନ ବିଭେଦାୟନ,
ସବୁ ଜିନିଷର ସ୍ୱାଦ ସିନା
ଅଲଗା ଅଲଗା
ହେଲେ ମାଆର ସ୍ନେହରେ ସ୍ଥିତ
ରାଗ, ମିଠା, ଖଟା,
ସ୍ନେହ ତା'ର ମଧୁ ଠୁ ମଧୁର
ତା ପଣତ ଛାୟା ଅତି
ଶୀତଳ ଶୀତଳ
ମାଆ ହସ୍ତ ରନ୍ଧନ ଖାଦ୍ଯର
ନାହିଁ ଯେ ବର୍ଣ୍ଣନା
ତା ସମ୍ମୁଖେ ଦୁନିଆଁର ସବୁ ଖାଦ୍ଯ
ଲାଗେ ଫିକା ଫିକା
ମାଆ ଏକ ନିଆରା ଶବଦ
ତା ମନରେ ନାହିଁ ଭେଦ ଭାବ
ସବୁଠୁ ମଧୁର ଲାଗେ
ମାଆ ମାଆ ଡାକ l