Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Action

2  

Prasanna Kumar Madala

Action

କର୍ତ୍ତବ୍ୟ ଏ ମତଦାନ

କର୍ତ୍ତବ୍ୟ ଏ ମତଦାନ

1 min
373


ଗୁପ୍ତ ମତଦାନ     ପ୍ରଜାତନ୍ତ୍ରେ ସ୍ଥାନ

ପାଇଛି ଶୀର୍ଷରେ ଯେଣୁ

ଦେଶେ ପୁରଗ୍ରାମେ  ନାଗରିକ ଆମେ

ଭୋଟ ଦେଇପାରୁ ତେଣୁ ।


ବହୁମତ ଯିଏ      ପାଇଥାଏ ସିଏ

ସଂସଦକୁ ଯିବା ପରେ

ଆମ ବଛା ପ୍ରାର୍ଥୀ  ହୋଇ ଆମ ସାଥୀ

ସମସ୍ୟା ସ୍ଥାପନ କରେ ।


ଅଧିକ ଆସନ     ପାଇଲେ ଶାସନ

କରିଥାନ୍ତି ଯେଉଁ ଦଳ

ବହୁମତ ଥାଇ      ପାଞ୍ଚବର୍ଷ ପାଇଁ

ଚାଲେ ସରକାରୀ କଳ ।


ସଭାଗୃହ ତଳେ   ବିରୋଧୀଙ୍କ ବଳେ

ଉଠେ ପ୍ରତିବାଦ ସ୍ବର

ବ୍ୟବସ୍ଥା ଏ ଯହିଁ    ନଥାଏ ବି ତହିଁ

ମନମୁଖୀ ହେବା ଡର ।


ସଂସଦରେ ପୁଣି     ଜନମତ ଶୁଣି

ଗଢା ହୋଇଥାଏ ନୀତି

ଅଧିକଙ୍କ ଆସ୍ଥା     ନିରୂପଇ ରାସ୍ତା

ସେଲାଗି ନଥାଏ ଭୀତି ।


ହେବାନାହିଁ ସ୍ବାର୍ଥୀ  ସର୍ବୋତ୍ତମ ପ୍ରାର୍ଥୀ

ବାଛି ନିରପେକ୍ଷ ଭାବେ

ଟାଳି ପ୍ରତିଘାତ     ବଢାଇବା ହାତ

ସମୂହ ବିକାଶ ଲାଭେ ।


ଥିବା ନିର୍ବିକାର    ଯେତେ ଅଧିକାର

ଦେଇଅଛି ସମ୍ବିଧାନ

ଗଣତନ୍ତ୍ରେ ମିତ୍ର      ପରମ ପବିତ୍ର

କର୍ତ୍ତବ୍ୟ ଏ ମତଦାନ ।



Rate this content
Log in