Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ଜହ୍ନ ଲୋ ଚାଲି ଆ

ଜହ୍ନ ଲୋ ଚାଲି ଆ

1 min
346


ଜହ୍ନ ଲୋ ତୋତେ ମୁଁ କଣେଇ ଚାହିଁଲେ

     ତୋ'ଦେହୁ ମୁକୁତା

      ଖସେଇ ଥାଉ ।


ତୋ'ରି ଜୋଛନାର କଅଁଳ ଢେଉରେ

      ଆକାଶେ ବଉଦ

      ଭସେଇ ଦେଉ ।।


ମିଞ୍ଜି ମିଞ୍ଜି ତାରା  ଫୁଲରେ ଫୁଲରେ

     ତୋ' ନିଜ ଅଗଣା

      କେଡେ ସୁନ୍ଦର ।


ଶରତ ଋତୁର    ସିତ ଲହରୀରେ

      ଆହୁରି ଦିଶୁ ତୁ

      କି ମନୋହର ।।


ତୋ'ଜୋଛନା ପିଇ ଫୁଲ ରାଣୀ ଜୁଇ

      ମିଠା ମହକରେ

      ମହକି ଯାଏ ।


ଆକାଶ ତୋହରି   ନିଜ ଘର ପରା

      ସାଗର ବି ତୋତେ

      ଅନେଇଥାଏ ।।


ରଜନୀ ରାଣୀ ତୋ' ଜୋଛନାରେ ହୁଏ

      ସାତ ଦରିଆର

      ସାଧବ ବୋହୁ ।


ତୋ' ରଙ୍ଗରେ ଶାନ୍ତି ଶୀତଳ ଲହରୀ

     ବୋଇତ ମେଳାର

      ଚହଟ ଢେଉ ।।


ଆ' ଲୋ ଚାନ୍ଦିନୀ ଚଂଚଳା ଓଢଣୀ

     ସାରା ରାଇଜରେ

      ବିଛେଇ ଦେଏ ।


ତୁ ପରା ଆମର ଗେଲ ବସର ର

     ସାଥି ଟିଏ ହେବୁ

      ରାଇଜ କୁହେ ।।


ଜହ୍ନ ଲୋ ଚାଲି ଆ ମୋ କୋଳ ମଣ୍ଡିବୁ

     ସଂଗେ ମୋ'ଖେଲିବୁ

      ହୋଇ ନିଜର ।


ସରାଗ ସପନେ ରାଇଜ ଗଢିବା

     ନ ରଖି ମନରେ

      ଆପଣା ପର ।।


Rate this content
Log in