Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr.Sashi Bhushan Mohapatra

Others

5.0  

Dr.Sashi Bhushan Mohapatra

Others

ସାବିତ୍ରୀ

ସାବିତ୍ରୀ

1 min
335


ମୃତ୍ୟୁ ହସୁଛି

ଅନ୍ଧାର ଘେରିଛି

ଦୁଃଖ ଯନ୍ତ୍ରଣା,ପୀଡ଼ନରେ

ଦ୍ରଵିଭୂତ ଜୀବସତ୍ତା

ମୁକ୍ତି ପାଇଁ ରାହା ଖୋଜୁଛି |


ମୁଁ ସାବିତ୍ରୀ ଆସିଛି

ଆଲୋକର କନ୍ୟା

ମୁକ୍ତି ପ୍ରଦାୟିନୀ,ଆନନ୍ଦଦାୟିନୀ,

ଅଂଜ୍ଞତାରେ ବଶୀଭୂତ

ପ୍ରାଣସତ୍ତାକୁ ଜାଗ୍ରତ କରି

ଜୀବନକୁ ମୁକ୍ତି ଦେବାପାଇଁ |


ଜୀବନ ସଂସାରରେ

ଆସିଛି ଏ ଧରାକୁ

ପ୍ରେମର ଗଙ୍ଗା

ପ୍ରବାହିତ କରିବାକୁ |


ଜୀବନ ଓ ମୃତ୍ୟୁ ମଧ୍ୟରେ

ମୁଁ ଏକ ମାତ୍ର ସଂଗୀ

ଯିଏ ପିନ୍ଧିଛି ମଥାରେ

ମୃତ୍ୟୁକୁ ହରାଇ

ବିଜୟର ଟୀକା;

ଜୀବନକୁ ତୋଳି ଆଣିଛି

ମୁଁ ଆଲୋକର ଦେବୀ

ସଂପାଦନା କରିବାକୁ ଆସିଛି

ଦିବ୍ୟ ସତ୍ତା ସହ ପ୍ରାଣ ସତ୍ତାକୁ

ସଂଯୋଗ କରିବାକୁ |


ମୁଁ ପ୍ରେମର ଈଶ୍ୱରୀ

ହସ ଫୁଟାଇବି,

ଜୀବନର ଉଦ୍ଦେଶ୍ୟ ବୁଝାଇ

ଦିବ୍ୟ ପଥ ଦେଖାଇବି |


ପ୍ରିୟତମ ସତ୍ୟବାନ!

ତୁମ ଯାତ୍ରା ଅନ୍ଧାରକୁ ନୁହେଁ

ମୁଁ ଆସିଛି ଶକ୍ତିମୟୀ

ଆତ୍ମାକୁ ଜାଗ୍ରତ କରିବାକୁ |


ଅନ୍ଧାରେ ତୁମରି ଆତ୍ମୀୟ

ବାଟବଣା,ଭାରାକ୍ରାନ୍ତ

ଅବସନ୍ନ,

ଜଡତା କରିଛି ଗ୍ରାସ

ପଥ ବି କଣ୍ଟକିତ,

ନିଦ୍ରା ତେଜି ଚକ୍ଷୁ ମେଲ

ଦେଖ! ସଭିଙ୍କ ପ୍ରାଣକୁ

କରୁଛି ଆଲୋକରେ ପ୍ଲାବିତ |


ସାବିତ୍ରୀ ଏକ କଥା ନୁହେଁ

ପତ୍ନୀ ନୁହେଁ,କନ୍ୟା ନୁହେଁ

ସତ୍ୟବାନ ଓ ଅଶ୍ଵପତିଙ୍କର

ମୁଁ ଆଲୋକର ବନ୍ୟା

ଆଲୋକର ମହାଦେବୀ

ଦିବ୍ୟ ଶକ୍ତି

ଆଲୋକର ତର୍ପଣରେ  

ପ୍ରାଣମୟ ଶରୀରକୁ

ଦିବ୍ୟମୟ କରିବା ପାଇଁ 

ଓହ୍ଲାଇ ଆସୁଛି |



Rate this content
Log in