Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jesu christ Muduli

Abstract

4.7  

Jesu christ Muduli

Abstract

କୃଷ୍ଣ

କୃଷ୍ଣ

1 min
1.6K



ହେ ଗୋପାଳ ଶ୍ରୀକୃଷ୍ଣ,

ତୁମେ ଦେବକୀ ନନ୍ଦନ

ପୁଣି ଯଶୋଦା ଜୀବନ

ବାସୁଦେବ ପ୍ରାଣ ।

ତୁମେ ନନ୍ଦରାଜା ଧନ

ପୁଣି ରାଧିକା ସପନ

ମୀରାର ଭଜନ ଆଉ

ଗୋପୀଙ୍କ ଅଭିମାନ ।

ତୁମେ ମୁରଲୀର ସ୍ୱନ

ଯମୁନାର ମାନ 

ପୁଣି ରାସ କୁଞ୍ଜବନ

ତୁମେ ଅଧର୍ମ ନାଶନ ।

ପୁଣି ଧର୍ମର ବାହନ

ତୁମେ ଗୀତା ଜ୍ଞାନ 

ମହାଭାରତର ସମ୍ପୂର୍ଣ୍ଣ ।

ଆଉ ସୃଷ୍ଟିର କାରଣ

ପୁଣି କଂସ ର ମରଣ

ପୁତନା ନିଧନ

ତୁମେ କାଳୀୟ ଦଳନ ।

ଅର୍ଜୁନ ଚିନ୍ତନ ପୁଣି

ସୁଭଦ୍ରାର ମନ

ଚୈତନ୍ୟ କୀର୍ତ୍ତନ

ତୁମେ ଗରୁଡର ଧ୍ୟାନ ।

ଆଉ ସୁଦାମା ନୟନ

ଦୁଃଖିର ଚନ୍ଦନ

ଭକ୍ତର ସ୍ପନ୍ଦନ

ଅବ୍ୟକ୍ତ ସ୍ମରଣ ।

ତୁମ୍ଭେ ଆମ୍ଭ ଭଗବାନ

ହେ ରାଧାମୋହନ,

ଦିଅ ଦିଅ ଦିବ୍ୟଜ୍ଞାନ

ଆମ୍ଭେ ପଶୁଛୁ ଶରଣ

ତୁମ ବିନା ତୁଚ୍ଛ ଏହି

ଆମ୍ଭରି ଜୀବନ।


Rate this content
Log in

Similar oriya poem from Abstract