ଯୌବନ: ଏକ ମରୀଚିକା
ଯୌବନ: ଏକ ମରୀଚିକା
1 min
157
ଯୌବନ ତୁ
ଅଫେରା ପ୍ରେମିକ
ଦେଇ ଯାଉ ପ୍ରତାରଣା
ସ୍ମୃତି ସିନ୍ଧୁକରେ
ସାଇତା ଆଜି ସାତ ସ୍ୱପ୍ନ
ତୁ ଯିବା ପରେ
ପ୍ରେମର ଇସ୍ତାହାର ଲାଞ୍ଛିତ ଆଜି
ଅଲାଜୁକ ଓଠର ରଙ୍ଗ
କରେ ନିରୀହ ଅଭିନବ ପ୍ରୟାସ
କେବଳ ଝୁରି
କୁଞ୍ଚିତ ଆଖିରେ ଲୁହ
ମେଣ୍ଟାଇ ପାରେନା
ଦିନମାନର ଶୋଷ
ଛାତିରେ ଆର୍ତ୍ତ ସମୁଦ୍ର ଚିତ୍କାର
ଦେହ ଆକାଶେ ଅମାବାସ୍ୟା ଜହ୍ନ
ନିଅଣ୍ଟିଆ ବୟସ
ବିସର୍ଜନ ଅପେକ୍ଷାରେ ଯାହା।