Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Action Others

4.8  

Bauribandhu Lenka

Action Others

ହେ ବୀର ସହିଦ ଘେନ ପ୍ରଣତି

ହେ ବୀର ସହିଦ ଘେନ ପ୍ରଣତି

1 min
250



ଦେଶ ମାତୃକାରେ ସେବାରେ ରତ

ରହିବା ପାଇଁ କି କରି ଶପଥ 

ଜୀବନକୁ ଦେଲ ବାଜି ଲଗାଇ

ସହିଦ ହୋଇଲ ଏ ଦେଶ ପାଇଁ ॥


ଆତଙ୍କବାଦୀର ଆତଙ୍କ ନାଦେ

ଅବା ସୁଖ ଦୁଃଖ ହର୍ଷ ବିଷାଦେ

କର୍ତ୍ତବ୍ୟରେ କେବେ କରିନ ହେଳା

କାହିଁକି ଏ ବିଧି ଅନ୍ୟାୟ କଲା ॥


ପତ୍ନୀଠାରୁ ପତି ନେଲା ଛଡାଇ

ପୁତ୍ର କନ୍ୟା ବାପ ଛେଉଣ୍ଡ ହୋଇ

ଝରାନ୍ତି ନୟନୁ ଲୋତକ ଧାର

ବୃଦ୍ଧ ପିତା ମାତା କି ନାରଖାର ॥


ଶୋକେ ମ୍ରିୟମାଣ ସମଗ୍ର ଦେଶ

ଭୁଲିବନି କେବେ ତୁମର ଯଶ 

ବଳିଦାନ ତୁମ ଯିବନି ବ୍ୟର୍ଥ

ତୁମେ ଏ ଦେଶର ଯୋଗ୍ୟ ସୁପୁତ୍ର ॥


ଧନ୍ୟ ହୋଇଗଲା ଜୀବନ ତୁମ

ରଖିଗଲ କାଳ କାଳକୁ ନାମ

ଫୁଲି ଉଠେ ଦେଶ ମାତୃକା ଛାତି

ହେ ବୀର ସହିଦ ଘେନ ପ୍ରଣତି ॥



Rate this content
Log in

Similar oriya poem from Action