ଶୀତର ଅନୁଭୂତି
ଶୀତର ଅନୁଭୂତି
ଛଅଟି ଋତୁରେ ବର୍ଷଟିଏ ଗଢା
ଗ୍ରୀଷ୍ମ ବର୍ଷା ଶୀତ ତିନି ତହିଁ ଚଢା।
ବର୍ଷା ଅନ୍ତେ ଶୀତ ଆସେ ଧରାପରେ
ପତ୍ର ଝଡା ଋତୁ ଶୀତର ବେଭାରେ।
ଶୀତ ପ୍ରକୃତିର ମହା ଆଶୀର୍ବାଦ
କର୍କଶ ସ୍ୱରୂପ କୋମଳର ଭେଦ ।
ଖରିଫ ଫସଲ କଟାର ସମୟ
ରବି ଫସଲର ବିପଣୀ ନିଚୟ।
ପରିବେଶ ଆଜି ହେଲାଣି ପ୍ରଳୟ
ବାୟୁ ମଣ୍ଡଳରେ ଓଜୋନ ବଳୟ ।
ଜଂଗଲ ହେଲାଣି ପଡିଆର ରୂପ
ଶୀତର ଗଲାଣି ପୂରୁବ ପ୍ରକୋପ ।
ନିଆଁ ପୋଇଁବାର ଗହଳ ଚହଳ
ପଡିଲାଣି ଆଜି ସବୁଠି ମହଳ ।
କମ୍ବଳ ଚଦର ହୋଇଲାଣି ସ୍ମୃତି
ଶୀତ ପାଇଁ ଲୋଡା ହୋମର ଆହୁତି ।
ପରିବେଶ ଗଢି ଜଂଗଲ ବଢିଲେ
ଶୀତର ଗୀତ କି ରହିପାରେ ଦୂରେ !