Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Inspirational Others

5.0  

ବି. ନିରୁପମା

Classics Inspirational Others

ଆମ୍ଭେ ତୁମ୍ଭ କୃପାପାତ୍ର

ଆମ୍ଭେ ତୁମ୍ଭ କୃପାପାତ୍ର

1 min
442


ଆମରି ଦୁଃଖରେ ଦୁଃଖୀ ହୋଇ ସିନା 

ହୋଇଥାଅ ତୁମେ ସାହା ,

ତୁମ ଦୁଃଖବେଳେ ସାନ୍ତ୍ୱନା କେ ଦିଏ 

ପାଶେ ଆସି ଆହେ ନାହା !!


ଦୁନିଆ ଯାକର ଦୁଃଖ ସୁଖ ବୁଝି

ହୋଇ ଯାଅନା କି କ୍ଳାନ୍ତ ,

ସମସ୍ୟା ଘେରରେ ଥାଇକରି କେହ୍ନେ

ରହିଥାଅ ସଦା ଶାନ୍ତ !!


ମନୋହର ତୁମ ଚେହେରା ସାଙ୍ଗକୁ

ଓଠ ଧାରେ ମିଠା ହସ ,

ସେଇ ହସରୁ ତ କଣେ କଣେ ଦେଇ

ଦୁଃଖୀ ଜନ ଦୁଃଖ ନାଶ ।


ଗୁଣାତୀତ ତୁମେ ନିର୍ଗୁଣ ପୁରୁଷ

ସଗୁଣ ସାକାର ପୁଣି ,

ଯୋଗୀ,ମୁନି,ଋଷି ,ଦେବତା,ଦେବର୍ଷି

ପାରନ୍ତି ନାହିଁ ଯା' ଜାଣି ।


ଯେତେ ଲୀଳା ଖେଳା ତୁମ୍ଭଙ୍କୁ ଗୋଚର

ଆମେ ତ ନିମିତ୍ତ ମାତ୍ର ,

ସର୍ବବ୍ୟାପୀ ତୁମେ ଅନ୍ତର୍ଯ୍ୟାମୀ ନାଥ

ଆମ୍ଭେ ତୁମ୍ଭ କୃପା ପାତ୍ର ।


ସ୍ଥିତପ୍ରଜ୍ଞ ଆଉ ସମଦର୍ଶୀ ବୋଲି

ସଂସାରରେ ଅଛି ଖ୍ୟାତି ,

ସେଇ ସୁଗୁଣରୁ କିଛି କିଛି ଦେଲେ

ଦିବ୍ୟାନନ୍ଦେ ଯିବୁ ମାତି ।


Rate this content
Log in