ରମଣୀ
ରମଣୀ
ପ୍ରକୃତିର ସୃଜନର କେତେ ଯେ ରୂପ,
ସେଥିରେ ରମଣୀର ସର୍ଜନା କେତେ ଯେ ଅପରୂପ ।
ବୀଜର ନାହିଁ ନିଜର କୌଣସି ମହତ୍ତ୍ୱ,
ବସୁନ୍ଧରାଙ୍କ ମମତାରୁ ପାଏ ବୃକ୍ଷର ଅସ୍ତିତ୍ୱ ।
ପ୍ରତି ମାତା ହେଉଛନ୍ତି ମହାନ,
ତାଙ୍କ ଦ୍ୱାରା ପରିଚୟ ପାଏ ପ୍ରତି ସନ୍ତାନ ।
ଘର ଘରର ରମଣୀ ଯେ ଗୃହଲକ୍ଷ୍ମୀ,
କୁଟୁମ୍ବକୁ ସାର୍ଥକ ରୂପ ଦିଏ ଅଙ୍କଲକ୍ଷ୍ମୀ ।
ନାରୀର ସ୍ଥାନ ସଦା ଆଦରଣୀୟ,
ତାଙ୍କର ଉପସ୍ଥିତି ସଦା ଯେ ରମଣୀୟ ।
ନାରୀ ବିନା ହୋଇ ପାରିବ ନାହିଁ ବଂଶବୃଦ୍ଧି,
ଦୁହିତା ହେବାର ପାଇଛନ୍ତି ଯିଏ ଅପାର ସିଦ୍ଧି ।
ରମଣୀଙ୍କୁ ସଦା ଦେବାକୁ ହେବ ସୁରକ୍ଷା ,
ତେବେ ହୋଇ ପାରିବ ନିଜ ପରମ୍ପରାର ରକ୍ଷା ।