Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa priyadarsini Nanda

Others

5.0  

Monalisa priyadarsini Nanda

Others

କିଏ ଆଣିଦେବ ମୋ ପିଲା ଦିନ

କିଏ ଆଣିଦେବ ମୋ ପିଲା ଦିନ

1 min
193


ଅତୀତର ସେଇ ବୋହୁଚୋରି ଲୁଡୁ ଖେଳ 

କିଏ ଆଣିଦେବ ମୋତେ ମୋ ପିଲା ବେଳ ।


ଆମ୍ବ ତୋଟା ବିଲ ବାଡ଼ି ବନ ଝରଣା 

ବୋଉର ପଖାଳ ଆଉ ବାଡ଼ି ଅଗଣା ।


ବାପାଙ୍କ ସ୍ନେହ ଆଉ ବୋଉର ପଣତ 

ଭାବିଲେ ଯେଦୁଃଖ ଲାଗେ ଲୁହ ଝରେତ ।


 

ବର୍ତ୍ତମାନ ଧନଦୌଲତର କିଛି ଅଭାବ ନାହିଁ 

ତଥାପି ମନ ବିଚଳିତ ମୋର ହେଉଛି କାହିଁ ।


ସବୁଦିନ ଖାଇବାକୁ ଏଠି ସ୍ୱାଦିଷ୍ଟ ଖାଦ୍ୟ ମିଳୁଛି 

ବିଷ ଭଳି ଲାଗେ ମା"ର ପଖାଳ ମନେ ପଡୁଛି।


ହାତପାହାନ୍ତାରେ ସୁଖଥାଇ ମୁଁ ଧରିପାରୁନି 

ଅତୀତକୁ ଝୁରି ଝୁରି ଆଖିରୁ ଲୁହ ଶୁଖୁନି ।


ଭବିଷ୍ୟତ ମୋର ଅନ୍ଧାର ମୁଁ ଜାଣିସାରିଲିଣି 

ତଥାପି ମିଛ ମରୀଚିକା ପଛେ ମୁଁ ପଡିଛିକାଇଁ ।


ଭବିଷ୍ୟତ ମୋର ନିଶ୍ଚିହ୍ନ ମରୁଭୂମି ସମ 

ଏତେ ବିପଦେ ମୋର କାହିଁ ଭାଙ୍ଗୁନିତମ ।


ଶପଥ ନେଇ ଚାଲିବି ସଦା ସତ୍ୟର ପଥ 

ଭବିଷ୍ୟତ ମୋର ଉଜ୍ଜଳହେବ କହୁଛି ସତ ।



Rate this content
Log in