Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୋ ପ୍ରିୟମିତ୍ର
ମୋ ପ୍ରିୟମିତ୍ର
★★★★★

© Raja Sekhar CH V

Inspirational

1 Minutes   275    20


Content Ranking


କେତେ ଯେ ଛୋଟ ଏହି ଜୀବନ,

ଆସନ୍ତି ପୁଣି କେତେ ଯେ ବନ୍ଧନ,

ସାଙ୍ଗମାନଙ୍କ ସସ୍ନେହ ଏକ ଇନ୍ଧନ,

ପ୍ରିୟମିତ୍ରର ଥାଏ ଯେ ନିଆରା ସ୍ଥାନ |୧|


ନିଜର ଭିନ୍ନ ଅଭିନ୍ନ କଥା ଶୁଣିବାର ରଖନ୍ତି କ୍ଷମତା,

ପ୍ରତି ସମସ୍ୟାର ସମାଧାନ ଦେବାର ରଖନ୍ତି ଦକ୍ଷତା,

କଷ୍ଟ ନଷ୍ଟ ସମୟରେ ସର୍ବପ୍ରଥମେ ଦିଅନ୍ତି ଧୀରତା,

ଦୁଃଖ ସୁଖ ଅନୁଭବ ଆଦାନପ୍ରଦାନରେ ଦିଅନ୍ତି ପୂର୍ଣ୍ଣତା |୨|


ପ୍ରିୟମିତ୍ର ଦେଇ ପରେ ନିଜ ଅମୂଲ୍ୟ ସ୍ନିଗ୍ଧ କ୍ଷଣ,

ସଦା ଚିତ୍ତ ଆଶା ଆଶ୍ଵାସନ ପାଏ କରି ସମ୍ଭାଷଣ,

ପାର୍ଥସାରଥୀ ହୋଇ ଯେ ଦେଇ ପାରେ ସୁଲକ୍ଷଣ,

ଏମିତି ପ୍ରିୟମିତ୍ର ସର୍ବଦା ଦେବ ବିଲକ୍ଷଣ ବିଚକ୍ଷଣ |୩|


ସାଙ୍ଗ ହେଲା ନିଜ ପ୍ରତିବିମ୍ବ ପ୍ରତିରୂପ,

ଏହି ଅନୁବନ୍ଧ ଯେ ଅତ୍ୟନ୍ତ ଅପରୂପ,

ନିଜ ପିଲାଦିନ ବେଳର ସୌମ୍ୟ ସ୍ୱରୂପ,

ପୁରୁଣା ହୋଉ ହୋଉ ଅତିପ୍ରିୟ ଏହି ରୂପ |୪|


ପ୍ରିୟମିତ୍ର ଆଶ୍ଵାସନ ପ୍ରତିରୂପ

Rate the content


Originality
Flow
Language
Cover design

Comments

Post

Some text some message..