ଅଭାଗିନୀ ହୋଇ ରହିଲି
ଅଭାଗିନୀ ହୋଇ ରହିଲି
ବାପା ପଠେଇଲେ ପାଠ ପଢିବାକୁ
ପ୍ରେମ ପାଠ ମୁଁ ପଢ଼ିଲି
ବାପା ମାଆଙ୍କୁ ଅନ୍ଧାରରେ ରଖି
ନିଜକୁ ନିଜେ ମୁଁ ଠକିଲି,
ଯୌବନ ନିଆଁରେ ମତୁଆଲା ହୋଇ
ହିତାହିତ ଜ୍ଞାନ ଭୁଲିଲି
ପାଠ ଶାଠ ସବୁ ପଛରେ ପକେଇ
ପ୍ରେମ କରିବାରେ ଲାଗିଲି,
ଦିନରାତି ପ୍ରେମ ପଛରେ ଗୋଡେଇ
ଭବିଷ୍ୟତ ନଷ୍ଟ କରିଲି
ପ୍ରେମ ବିବାହ କରିଦେଇ ମୁହିଁ
ନିଜେ ବିପଦକୁ ଡାକିଲି,
ବାପା ମାଆ ମୋତେ ପର କରିଦେଲେ
ବାପା ମାଆ ଘର ଛାଡ଼ିଲି
ଶାଶୂ ଶଶୁର ବି ମୁହଁ ମୋଡ଼ିଦେଲେ
ସ୍ୱାମୀ ପାଖେ ଏକା ରହିଲି,
ଏଘର ଛାଡ଼ିଲି ସେ ଘର ଛାଡ଼ିଲି
ଦୁଃଖରେ ଦୁଃଖରେ ରହିଲି
ଏବେ ଅନୁତାପ କରେ ପଶ୍ଚାତାପ କରେ
କାହିଁକି ଏମିତି କରିଲି,
ବାପା ମାଆଙ୍କର ଗେଲ୍ହା ଝିଅ ଥିଲି
ତାଙ୍କରି ଆଶାକୁ ଭାଙ୍ଗିଲି
ଶାଶୂ ଶଶୁରଙ୍କ ହୋଇପାରିଲିନି
ଅଭାଗିନୀ ହୋଇ ରହିଲି,,
ମୋ ପରି ଭୁଲ କିଏ କରିବନି
ଅନୁରୋଧ ଟିଏ କରିଲି
ମୋର ଅନୁରୋଧ ଯିଏ ନରଖିବ
ଦୁଃଖୀ ହୋଇଯିବ କହିଲି,
ବାପା ମାଆଙ୍କର କଥା ଶୁଣିବ
ତାଙ୍କ ଉପରେ ଭରସା ରଖିବ
ବାପା ମାଆଙ୍କର ଆଶୀର୍ବାଦ ପାଇ
ସୁନାର ସଂସାର ଗଢ଼ିବ,,