Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

ବିଶ୍ୱକପ ମହାସମର

ବିଶ୍ୱକପ ମହାସମର

1 min
96



ଆରମ୍ଭ ହୋଇଛି ମହାସମର ଯେ

କ୍ରିକେଟର ମହାକୁମ୍ଭରେ

ସବୁଦଳ ଏଠି ବିଜୟ ପାଇଁକି

ରହିଛନ୍ତି ପୁରା ଦମ୍ଭରେ ।


କିଏସେ ହୋଇବ ବିଶ୍ୱର ବିଜେତା

କ୍ରିକେଟରେ ଏକ ନମ୍ବର

ସେଥିପାଇଁ ପରା ଆରମ୍ଭ ହୋଇଛି

ବିଶ୍ୱକପ ମହାସମର ।


କାହା ମୁଣ୍ଡେ ହାତୀ ଢାଳିବ କଳସ

କିଏ ସେ ବିଜୟୀ ହୋଇବ

ବିଶ୍ୱ କ୍ରିକେଟରେ ନାମଟି ତାହାର

ଲିପିବଦ୍ଧ ହୋଇ ରହିବ ।


ବୋଲିଂ ବ୍ୟାଟିଂ ଫିଲ୍ଡିଂ ସବୁ ବିଭାଗରେ

ଖେଳୁଥିବ ଯିଏ ବଢିଆ

ସାଜିବ ନିଶ୍ଚିତ ବିଶ୍ୱର ବିଜେତା

ଜଣାଯିବ କିଏ ଟାଣୁଆ ।


ଜଣା ପଡିଯିବ କାହା ଦମ କେତେ

କିଏ କେତେ ଭଲ ଖେଳୁଛି

ସବୁ ଅପେକ୍ଷାର ଯବନିକା ଟାଣି

କେଉଁ ଦେଶ ହାତେ ଧରୁଛି ।


Rate this content
Log in