Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Others

5.0  

Dr.Sashi Bhushan Mohapatra

Others

ଆଲୋକ ତର୍ପଣ ପାଇଁ

ଆଲୋକ ତର୍ପଣ ପାଇଁ

1 min
96


ଆଲୋକ ତର୍ପଣ ପାଇଁ

ଆକାଶ ଦିନ ରାତି

ସୂର୍ଯ୍ୟ,ଚନ୍ଦ୍ର,ତାରାଙ୍କ ମେଳରେ

ସଜେଇ ହୋଇଛି ଦେଖ,

ଆମକୁ ଛୁଇଁବ ଆଲୋକ ବୋଲି

ଆକାଶ ହୋଇଛି ମେଘ ମୁକ୍ତ

ଢାଳିବାକୁ ସ୍ୱଚ୍ଛ ଆଲୋକ |


ବାଳ ସୂର୍ଯ୍ୟର ଆଲୋକରେ

ସୁନା ପରି ତୁମ ଦେହ ଝଲସିବ

ରୂପ ଜହ୍ନର ଜ୍ୟୋତ୍ସ୍ନାରେ

ତୁମେ ଦେହ ପ୍ରକ୍ଷାଳିବ |

ଆଲୋକର ପାର୍ବଣରେ

ରଙ୍ଗର ମହୋତ୍ସବ ହେବ,

ଦିନରେ ଇନ୍ଦ୍ରଧନୁ

ଆକାଶକୁ ରଙ୍ଗୀନ କରିବ

ଅନ୍ଧାର ରାତିରେ

ପୃଥିବୀ ଜ୍ୟୋତ୍ସ୍ନାମୟ ହେବ |


ସୂର୍ଯ୍ୟ ବୁଡ଼ିଗଲେ

ସୁନେଲି କିରଣ ଝରିବ,

ପାହାଡ଼ ସେପଟେ

ଦିଗନ୍ତ ମଥାରେ

ବିନ୍ଦି ପରି ଦିଶିବ,

ଜହ୍ନ ଉଇଁ ତାଳ ଗଛ ଫାଙ୍କରୁ

ମଝି ଆକାଶକୁ ଡେଇଁବ

ଆମେ ଦୁହେଁ ଚାହିଁଥିବା

ଜହ୍ନ ବୁଡ଼ିଯିବ |


ଆଲୋକର ରୋଷଣିରେ

କେହି ଦେଖୁକି ନଦେଖୁ ଆମକୁ

ଆମ ପଥ ଆଲୋକିତ ହେଉ

ବାଟବଣା ନହେଉ ଜୀବନ

ପ୍ରତାରଣା କେହି କାହାକୁ ନକରୁ

ଆମେତ ପ୍ରେମିକ ପ୍ରେମିକା

ଦିନ ରାତି ସବୁବେଳେ

କରୁଥିବୁ ଆଲୋକ ତର୍ପଣ |



Rate this content
Log in