Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

କାଳିଆ

କାଳିଆ

1 min
239



କାଳିଆ ଆଖି ଦୁଇ ଜଦି ଦେଲୁରେ

ଭିଜି ଯାଏ ମୋ ଲୁହ

କାଳିଆ ହାତ ଜଦି ଦୁଇ ଦେଲୁରେ

କଣ ପାଇଁ ଦେଲୁ କହ ।


ପାପର ହାତରେ କହାକୁ ମାରିବି 

ଧର୍ମର ହେବ ଜୟ

କାଳିଆ କାନ ଜଦି ତୁ ଦେଲୁରେ

ଭଲ ଶୁଣିବି କି କହ ।


କାଳିଆ ପାଟି ଜଦି ତୁ ଦେଲୁରେ

ଭଲ କହିବି କି କହ

କାଳିଆ ଗୋଡ ଦୁଇ ତୁ ଦେଲୁରେ

ଚାଲି ପାରିବି କି କହ ।


କି ଭୁଲୁ କରିଛି କହ ରେ କାଳିଆ

ମୋ ପଛେ ପଡିଲେ ନର

ତାଙ୍କ ମାୟାରେ ମୁଁ ଶଢି ଜଳିମରେ

ବାରମ୍ବାର ବାରମ୍ବାର ।


ନର ମାୟାରେ ରୁ ମାୟାଧର ତୁହି

ଉଦ୍ଧାର ମୋତେ କର

ନହେଲେ କାଳିଆ ଶଢି ଜଳିମରିବି 

ଯିବି ସ୍ଵର୍ଗ ଦୁଆର ।


ଧନ୍ୟ ରେ କାଳିଆ ବସିଛୁ ମଉନ 

 କାନେ ପଡୁ ନାହିଁ ତୋର

ଭକ୍ତ ଭାବ ଦେଖି ଦୟାକର ତୁହି

ରହିବ ନାମ ତୁମର ।


ଭକ୍ତ ଭାବ ଭୁଝି ବିଚାର କରୁବୁ ତୁହି

ଏତିକି ଅଳି ମୋର

ବିଚାରପତି ହୋଇ ବସିଛୁ ବଡ ହେଇ

ଏତିକି ମାଗୁଣି ମୋର ।


ଧର୍ମ ନାମରେ ଏଠି କଳଙ୍କ ଲାଗେ

କେମିତି ସହୁଛୁ କହ

ଆଉଥରେ ତୋର ନବକଳେବର

ଦେଖି ବହିଗଲା ମୋ ଲୁହ ।


କେବେ ତୁ କରିବୁ କହରେ କାଳିଆ

ଖୋଲିଦେଲ ତାଙ୍କ ମୁହଁ

ଭଣ୍ଡ ସାରଥୀ ଖୋଲି ଦେ କାଳିଆ

 ବାବା ମାନଙ୍କର ଭୟ ।


ଆଉଥରେ ସେ ଭୟଙ୍କର ରୂପ ନେଇ

 ଖୋଲିଦେ ତାଙ୍କ ମୁଁହ

ମୁଖା ପିନ୍ଧି ଆଭିନୟ କରନ୍ତି ଶୋଷନୃ

ଭକ୍ତ ମାନଙ୍କର ଲୁହ

ବିଚାର କରିବୁ କହ ରେ କାଳିଆ 

ଭିଜି ଭିଜି ଗଲା ଲୁହ ।


Rate this content
Log in