ସେଦିନ ଓ ଆଜି
ସେଦିନ ଓ ଆଜି
1 min
176
ସେଦିନ ବି ବର୍ଷା ଥିଲା
ଆଜି ବି ଆସେ ବରଷା
ସେଦିନ ବି ଭିଜୁଥିଲି
ଆଜି ଲାଗେ ଭାରି ମଜା
ସାଥେ ଆଜି ଭିଜିବାକୁ
କେହି ଜଣେ ପାଖେ ଅଛି
ସେ ଲାଗି ଏଇ ବରଷା
ଏତେ ନିଆରା ଲାଗୁଛି
ସେଦିନ ବିଜୁଳି ଦେଖି
ଆଖି ବୁଜି ଦେଉଥିଲି
ଡରି ଡରି ବାରବାର
ଚମକି ମୁଁ ପଡୁଥିଲି
ମାରିଲେ ଆଜି ବିଜୁଳି
ଖୁସିରେ ମୁଁ ମାରେ ତାଳି
କୋଳରେ ତା ଲୁଚିବାକୁ
ଗୋଡ଼ ପିଟି କରେ ଅଳି
ସେଦିନ ମୁଁ ଏକା ଥିଲି
ଆଜି ପାଖେ ସାଥି ଅଛି
ଏକା ଚାଲୁଥିଲି ବାଟ
ସାଥି ସାଥେ ବୁଲେ ଆଜି