ରହିଗଲ ଚୁପ୍ ହୋଇ
ରହିଗଲ ଚୁପ୍ ହୋଇ
ଆଖିର ଲୁହ ଯେତେ
ପିଇଯାଏ ଓଠ
ହୃଦୟରେ ଅମାପ କୋହ
ଅବଶୋଷ ଅନୁତାପ
ସବୁ ହୁଏ ଏକାକାର ।
ସେ ବୁଝିପାରେନି ତାର ସ୍ଥିତି
ତା'ର ପରିଚୟ ।
ସେ ଚାପିବାକୁ ଚାହେଁ ଲୁହ
ହେଲେ ନଈର
ଉଛୁଳା ସୁଅକୁ
କେହି କ'ଣ ରୋକିପାରେ ?
ନଈ ତ ନୁହେଁ
ଅତଳ ସମୁଦ୍ରର
ଅମାପ ଜୁଆର
ମାଡ଼ିଆସେ ବେଳାଭୂମି ଛୁଇଁ
ପୁଣି ଫେରିଯାଏ
ନିଜକୁ ବୁଝେଇ।
କାହାକୁ କହିବ ସେ
କାହିଁକି ବା କହିବ ?
କିଏବା ବୁଝିବ ?
ତା ଜୀବନର
ଅସରନ୍ତି ଝଡ
ସମସ୍ତେ ମସ୍ ଗୁଲ୍
ପାଇବାର ଦିଗନ୍ତ ଛୁଆଁରେ ।
ଏପଟେ ଜୀବନ
କରୁଥାଏ ଆକୁଳ ଚିତ୍କାର ।