Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Others Inspirational

3  

Narayan chandra Senapati

Others Inspirational

ସେଥିପାଇଁ ତ ତୁମେ ମାନବ

ସେଥିପାଇଁ ତ ତୁମେ ମାନବ

1 min
403



ତୁମେ ତ ସ୍ରଷ୍ଟାଙ୍କ ସୃଷ୍ଟିରେ ଦିବ୍ୟ ପ୍ରତିଭା

ସୁଷମା ମଣ୍ଡିତ ନବ କଳେବର

ତୁମେ ଧର୍ମ ତୁମେ ପୁଣ୍ୟ

ତୁମେ ହିଁ ସତ୍ୟ ଅନୁସନ୍ଧିତ୍ସୁ

ଭବିଷ୍ୟ ବିଶ୍ୱ ନିୟନ୍ତା ବି ତୁମେ

ସେଥିପାଇଁ ତ ତୁମେ ମାନବ।


ତୁମେ ତ ସ୍ନେହ ପଞ୍ଜୁରୀର ମମତା ପକ୍ଷୀ

ଶ୍ରଦ୍ଧା ଖଚିତ ଆଲୋକ ବର୍ତ୍ତିକା

ତୁମେ ଐକ୍ୟ ତୁମେ ପ୍ରେମ

ତୁମେ ହିଁ ଆଶା ପାହାଡ଼ର ଭରସା ଶୃଙ୍ଗ

ଆକାଂକ୍ଷା ମହଲର ଅଭୀପ୍ସା ତାଜ ବି ତୁମେ

ସେଥିପାଇଁ ତ ତୁମେ ମାନବ।


ତୁମେ ତ ଅହିଂସ ଉଦ୍ୟାନର ନିଷ୍ପାପ କଳିକା

ଛନ୍ଦ କପଟ ଶୂନ୍ୟ ଅମ୍ଳାନ ମର୍ଯ୍ୟାଦା

ତୁମେ ତ୍ୟାଗ ତୁମେ ନିଷ୍ଠା

ତୁମେ ହିଁ ଆତ୍ମୀୟତାର ପ୍ରୀତି ବୀଜପତ୍ର

ପରୋପକାରୀ ନିଃସ୍ୱାର୍ଥପର ସେବକ ବି ତୁମେ

ସେଥିପାଇଁ ତ ତୁମେ ମାନବ।



Rate this content
Log in