Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

3  

Raja Sekhar CH V

Inspirational

କୃତ୍ରିମ ମଣିଷ

କୃତ୍ରିମ ମଣିଷ

1 min
310



ଦିନକୁଦିନ କୃତ୍ରିମ ହେଲାଣି ମଣିଷ ଜୀବନ,

ଅଭିବ୍ୟକ୍ତି ର ନାହିଁ କୌଣସି ଆଦାନପ୍ରଦାନ,

ବାର୍ତ୍ତାଳାପ ରୀତିରେ ନାହିଁ ଯେ ବିଧିବିଧାନ,

ଅସ୍ଥିର ଅଧୀର ହେଲାଣି ଜନମାନସଙ୍କ ମନ |୧|


ମାନବ ଯେ ସର୍ଜନା କରିଲା ଶକ୍ତିଶାଳୀ ଟଙ୍କା,

ଅନନ୍ତର ମନୁଷ୍ୟର ବିଚାରଶକ୍ତି ହେଲା ବଙ୍କା,

ଧନଶକ୍ତି କରିଲା ନୀତିସୂତ୍ରର ସ୍ଥାନ କୁ ଫାଙ୍କା,

ଆୟ ଅନୁସାର ଆଚାର ହେଲାଣି ଅଙ୍କାବଙ୍କା |୨|


ଐହିକ ବନ୍ଧନରେ ବୃଦ୍ଧି ହେଲାଣି ଅବିଶ୍ୱାସ,

ଛଳକପଟର ବଢ଼ିଗଲାଣି ଅନିର୍ଦ୍ଦିଷ୍ଟ ଆବାସ,

ସତ୍ୟନିଷ୍ଠତା ନେଇ ପାରୁ ନାହିଁ ଆଉ ନିଶ୍ଵାସ,

ଚାଟୁକାର କେବଳ ନେଇ ପାରୁଛନ୍ତି ଶ୍ୱାସପ୍ରଶ୍ୱାସ |୩|


ଦୁରେଇ ରଖିବାର ଅଛି କୃତ୍ରିମ ମଣିଷଙ୍କ ସମ୍ପର୍କ,

ମୂଲ୍ୟହୀନ ଯେ ତାଙ୍କର ସବୁପ୍ରକାର ତର୍କବିତର୍କ,

ଜାଣି ହେବନି କେବେ ଏମାନେ ଲଗେଇବେ କର୍କ,

ନିକଟ ରହିଲେ ସୃଷ୍ଟି କରିବେ ଯେ ନୈରାଶ୍ୟ ନର୍କ |୪|


Rate this content
Log in

Similar oriya poem from Inspirational