Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Fantasy

5.0  

Sukanti Hotta

Fantasy

ଜହ୍ନ ରାଇଜରେ ଘର

ଜହ୍ନ ରାଇଜରେ ଘର

1 min
201


ମନ ନଇଁର ନାଉରିଆ ସାଜି

ଜୀବନ ଡଙ୍ଗାରେ ବସି

ଜହ୍ନ ରାଇଜକୁ ବୁଲି ବାହାରିଲି

ସ୍ବପ୍ନ ରାଇଜେ ଭାସି ।


ଜହ୍ନ ରାଇଜର ବିଶାଳ ପୁରରେ

ଜାତିପ୍ରଥା ଜମା ନାହିଁ

ହିନ୍ଦୁ ମୁସଲିମ ଶିଖ ଖ୍ରୀଷ୍ଟିଆନ

ସଭିଏଁ ଭାଇଭାଇ ।


ନାହିଁ କନ୍ଦଳ ନାହିଁ ଝଗଡା

ସଭିଙ୍କ ମନ ଏକ

ମିଳିମିଶି ସବୁ ଏକାଠି ବସି

ହୁଅନ୍ତି ହସ ମଜାକ ।


ଚତୁଃର୍ଦିଗେ ଖାଲି ଫୁଲ ବନାନୀ

ସୁନ୍ଦର ଝରଣା ଝର

କେହି କାହାର ଶତ୍ରୁ ନାହିଁ ସେଠି

ଆନନ୍ଦେ କରନ୍ତି ଘର ।


ଗୁଳିଗୋଳା ଆଉ ରକ୍ତପାତ ନାହିଁ

ନାହିଁ ନାରୀ ଧର୍ଷଣ

କନ୍ୟାରତ୍ନ ସେଠି ପୂଜା ପାଉଛନ୍ତି

ନାହିଁ ଜମା କଷଣ ।


ଶୀତଳ ଯୁଦ୍ଧର ଭୟ ଜମା ନାହିଁ

ବୈକୁଣ୍ଠ ପୁର ଲାଗୁଛି

ଦୟା କ୍ଷମା ଭକ୍ତି ସଭିଙ୍କର ଦେଖି

ମନ ଆନନ୍ଦ ଲାଗୁଛି ।


ଜହ୍ନ ରାଇଜରେ ଘର କରିବାକୁ

ମନରେ ସ୍ଥିର କଲି

ବଉର ଡାକରେ ନିଦ ଭାଙ୍ଗିଗଲା

ଉଠି ମୁଁ ବସିଗଲି ।



Rate this content
Log in

Similar oriya poem from Fantasy