Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Fantasy

2  

ଵଳରାମ ତରାଈ

Fantasy

ସ୍ବପ୍ନ ସହରେ ନିତି ଦଖୁଛି ସ୍ବପ୍ନ

ସ୍ବପ୍ନ ସହରେ ନିତି ଦଖୁଛି ସ୍ବପ୍ନ

1 min
134



ସ୍ବପ୍ନ ସହରେ ତୋଳିଛି ମୁଁ ଏକ ଘର

 ଏକ ପ୍ରିୟା ପାଇଁ ମୋର

ନିତି ଦେଖୁଛି ସ୍ବପ୍ନ ଯାହା ରାତିରେ

 କରିବାକୁ ତାକୁ ନିଜର


ଆକାଶ ଚାହିଁ ଦେଖୁଛି ସ୍ବପ୍ନ ମାନ

 ରାତି ରହି ଉଜାଗର 

ସ୍ବପ୍ନ ରେ ଆସି ମୋ ପ୍ରିୟା ମୋହର

 ନିଦକୁ କରିଲ ଚୋର


କେତେ ରାତି ରହି ମୁଁ ଉଜାଗର ପ୍ରିୟା 

 ସପନେ କାନ୍ଦୁଛି ବସି 

ସପନେ ସପନେ ଆସେ ତୁମେ ଖାଲି

 ଦେଉଛ ମୁରିକି ହସି


କେମିତି କହବି କୁହ ପ୍ରିୟା ତୁମେ 

 ସପନେ ଆସିଛ ମୋର

ଭାବିଛି ମୁଁ କରିବି ତମକୁ ସାତ ଜନ୍ମ

 ହେବ ମୋର ନିଜର


ଏ ଜିବନ ମନ ବନ୍ଧା ତୁମ ପ୍ରେମେରେ

 ବୁଝିବାକୁ ଚାହଁ ବନ୍ଧୁ

ତୁମେ ପାଶେ ଥିଲେ ଏକ ଲମ୍ଫରେ ମୁଁ

 ପାର ହେବି ସାତ ସିନ୍ଧୁ 


ସୋଇ ରହି ନିତି ମୁଁ ଦେଖୁଛି ସ୍ବପ୍ନ

 ସ୍ବପ୍ନ ରେ ଆସିଛ ମୋର

କେତେ ଆଉ ମୋର ସପନେ ଆସିବ

 ପାଇଲି ସାନିଧ୍ୟ ତମର


ସାଇତି ରଖିଛି ରୂପ ଯୌବନ କୁ

  ସମର୍ପିବି ତୁମ ପାଦେ

ସପନ ମୋ ସତ ହେବ କି ପ୍ରିୟା

 କଥା ଦିଅ ମୋତେ ପଦେ


ସ୍ବପ୍ନ ରାଇଜରେ ହଜିଭିଜି ଦିନେ

 ମରିଯିବି ପ୍ରିୟା ଦିନେ

ରାତି ପାହିବା ଆଗରୁ ଯିବ ମୋ ପାଣ 

 ବାଜିବ ସଭିଙ୍କ କାନେ 


ଜୀବନ ଅଟେ ଏକ ପାଣି ଫୋଟକା

 ଭାସି ଯିବ ମୋ ପ୍ରାଣ

ଦରିଆ ସାଗରେ ଭାସିଯିବି ମୁଁ ଦିନେ

  ଭାସିଯିବ ମୋ ପ୍ରାଣ


ସତରେ ସ୍ବପ୍ନ ସତ ହେବ କି ପ୍ରିୟା

 ଅସରନ୍ତି ସ୍ବପ୍ନ ମାନ

ଜାହା ମୁଁ ଦେଖିଛି ଯାହା ଭାବିଛି ମୁଁ

 ଦେଖିବା ର ସ୍ବପ୍ନ ମାନ


ସପନେ ସପନେ ଗଣେ ଆକଶ ତାରା

 ଭାବି ମୋର ଜଉବନ

ଆକଶ କୁ ଚାହିଁ ଭାବି ବଷେ ମୁହଁ

 ରୁପ ମୋର ଜଉବନ


ଅଧୁରା ସ୍ବପ୍ନ ଅଧୁରା ପ୍ରିୟା ସତ ହେବ

 ଦେଖିଥିବା ସ୍ବପ୍ନ ମାନ



Rate this content
Log in

Similar oriya poem from Fantasy