Lopamudra Parida

Drama Inspirational

3  

Lopamudra Parida

Drama Inspirational

ଯୁଗରଙ୍ଗ

ଯୁଗରଙ୍ଗ

2 mins
233


ଏଇଠି, ଆମ ଘରପଡୋଶୀନ୍ଙ୍କର ସାନ ଭଉଣୀଟିର ନୂଆ ଘରଟିଏ କିଣିଲେ ।ମାନେ ଆପାର୍ଟମେଣ୍ଟ ଫ୍ଲାଟ ।ଏଠି ଆମେ ୟାକୁ ଘର ବୋଲି କହୁ ।ଆଉ ସେ ବାରି, ଅଗଣା, କୂଅ, ଦାଣ୍ଡ ଥିବା ଘର ସଂସାରେ ନାହିଁ ।ଏଇ ଟୁ ବି ଏଚ୍ କେ ହି ଆମ ସ୍ବର୍ଗ ।ହେଲା ବର ଗଛ ମୂଳରେ ରହିଲେ ବି ତାକୁ ଆପଣାପଣରେ ଘର କରିହୁଏ ।ଘର କଣ ଇଟା ସିମେଣ୍ଟରେ ଗଢା କି , ନାଇଁ ତ ।

ହଁ କଣ କହୁଥିଲି ।ସେ ସାନଭଉଣୀ ଟି ଆମର ଆମ ସମସ୍ତଙ୍କୁ ନିମନ୍ତ୍ରଣ ଦେଇଥାଏ ।ଭୋଜି ଆୟୋଜନ କରିଥାଏ ।ପୂଜା ଯଜ୍ଞ ବି ।ଜଯମାନ ହେଇ ତା' ଶାଶୁ ଶଶୁର ପୂଜା ରେ ବସିଥାନ୍ତି ।ଆମେ ସବୁ ଗହଳି ଲଗେଥାଉ,ଦୁନିଆ ସଜପଟା ହେଇ ଯାଇଥାଉ ।ଯୋଉଠି ସ୍ତ୍ରୀ ଲୋକ ମେଞ୍ଚେ ଠିଆ ହେଲେ ସେଠି ତ ହାଟ ।ହୋ ହୋ ଲାଗିଥାଏ ।ହସ ଲହଡି ଭାଙ୍ଗୁଥାଏ ।ମଝିରେ ତାଙ୍କର ପୂଜା ହୋମ ଆମର ଏଠା ଓଡିଆ ବ୍ରାହ୍ମଣ କରୁଥାନ୍ତି ବୋଲି ସମସ୍ତେ ଆମେ ସେ ନେଇ ଗୋଟେ ଗୁରୁ ଗମ୍ଭୀର ଆଲୋଚନା ରେ ମାତିଥାଉ ।ଓଡିଶା ର ସଂସ୍କୃତି କୁ କେମିତି ରକ୍ଷା କରିବା,କଣ ପଦକ୍ଷେପ ନେବା କଥା ,କିଏ କିଏ ସବୁ କ'ଣ କ'4ଣ କରୁଛନ୍ତି ଆଗରୁ ତାର ତାଲିକା ପ୍ରସ୍ତୁତ କରୁଥାନ୍ତି ଗର୍ବର ସହ ।ଚାଲିଥାଏ ।ଆଲୋଚନା ସମାଲୋଚନା ଜୋର ଧରିଥାଏ ।ମଝିରେ ମଝିରେ ରୋଷେଇ କାମ କେତେ ବାଟ ଗଲା ତଦାରଖ ଚାଲିଥାଏ ।"ପ୍ରଥମ ବ୍ଯାଚ ରେ ବସିଯିବା,ବୁଝିଲ "। ବୋଲି ଭିତିରି ମନ୍ତ୍ରଣା ଟା ଜୋର୍ ଧରୁଥାଏ ।

ହଠାତ୍ କି ସମବେତ ହୁଳହୁଳି ସହ ଶଂଖନାଦର ଘୋର ପବିତ୍ର ଶବ୍ଦ ରେ ଚତୁର୍ପାର୍ଶ୍ବ କମ୍ପମାନ ହେଲା ।ସମସ୍ତେ ଚୁପ୍ ହେଇଗଲେ ଆପେ ଆଉ ଜଣ ଜଣଙ୍କ ମୁହଁ କୁ ଓଠକୁ ଆଶ୍ଚର୍ଯ୍ୟ ତାଟକା ହେଇ ଚାହିଁଲେ, ଯେମିତି ଭୂମିକମ୍ପ କି ଘଡଘଡି ଶବ୍ଦ ଟେ ଶୁଣିଦେଲେ ,ସତର୍କ ହେବା କଥା ତୁରନ୍ତ ।ଜଣେ ଅନ୍ଯ ଜଣଙ୍କୁ ପଚାରିବା ଆରମ୍ଭିଲେ ।ପ୍ରଶ୍ନ ପଟ ବଦଳିଗଲା।

_ ତୁମେ ପକେଇଲ କି ?

_ ନା ନା ମତେ କୋଉ ଆସେ ?ଆମ ଶାଶୁ ପରା ଏ ନେଇ କେତେ ମୁହଁ ଫୁଲାନ୍ତି ।

_ ତେବେ ଏତେ ସୁନ୍ଦର କି ପରିଷ୍କାର କି କିଏ ପକେଇପାରିଛି ଆମ ଭିତରେ ?

ଅପେକ୍ଷାକୃତ ପଛୁଆ ଦିଶୁଥିବା ଷ୍ଟାଇଲରେ ମାତୃ ଶ୍ରେଣୀୟ ବୟସ୍କା ମାନଙ୍କୁ ସମସ୍ତେ ଏକ ସଙ୍ଗେ ଚାହିଁ ବାରୁ ସେମାନେ ବି ମୁଣ୍ଡ କୁ ହାତୀକାନ ହଲେଇଲା ପରି ହଲେଇ ନାସ୍ତି ବଚନେ କହିଲେ, ଆମେ ଭାବିଲୁ ତମେ ପିଲାମାନେ ପକେଇଲ ନା ।ଖୁସି ହଉଥିଲୁ ମନେ ମନେ, ଯା ହଉ ଶିଖିଛ ବୋଲି ।

ପୁଣି ଶୁଭିଲା ସମତାଳରେ ସେଇ ଶୁଭସ୍ବର ।

ସମସ୍ତଙ୍କ ବେକ ବଗ ପରି ବୁଲିଗଲା ପୂଜା ସ୍ଥାନକୁ ।ମୃଦୁ ଗୁଞରଣରେ ଶୁଭିଲା ," ତେବେ କଣ ନନା ? ବାଃ ବଢିଆ ତ ।ରେଡିମେଡ ଫୁଲ ପ୍ଯାକେଜ ।"

_ ରୁହ ପଚାରିବା ।ପୂଜା ସାରନ୍ତୁ ।କେଡେ ସୁନ୍ଦର ନପକଉଛନ୍ତି ସତେ ।

ଗୃହକର୍ତ୍ତୀ କହିଲେ, ପୂଜା ର ବହିଠୁ ଗଡୁ ଯାଏ ସବୁ ସିଏ ଆଣିଛନ୍ତି ।ଖାଲି ପ୍ଯାକେଜ ଅନୁସାରେ ଦେୟ ଟି ଯାହା ପୈଠ କରିବା କଥା ।ହାତରେ ଧୂଳିଧୂଆଁ ଲାଗିଲାନି ।ସୁରୁଖୁରୁ ରେ ପୂଜା ସମାପନ ।ଡିଜିଟାଲ ଇକୋ ଫ୍ରେଣ୍ଡଲି ପୂଜା ବି ହୁଏ କାଳେ କହୁଥିଲେ ।

ପୂଜା ସରିଲା ।ଲିଚୁଲଗା ଜଗନ୍ନାଥେ ଘରସାରା ଗଙ୍ଗାପାଣି ଗଡୁ ସହ ବୁଲି ଆସିଲେ ।ପଞ୍ଚାମୃତ ପାଇ ଆମେ ତଳ ଡାଇନିଂ କୁ ଧିରେ ଧିରେ ଗଡିଲୁ ।ନନା ବି ଗଡିଲେ ।ସେରୱାନୀ ଜିନ୍ସ ରେ ହ୍ଯାଣ୍ଡସମ୍ ନନା ଙ୍କୁ ଜିଜ୍ଞାସା ଟି ପେଶ୍ କରାଗଲା ।ସିଏ ତାଙ୍କ ପକେଟରୁ ଏବେକାର ପ୍ରାଣବାକ୍ସ ଆରବଦେଶୀୟ ଜିନି ପରି ଡବା ଯାହାକୁ ଆମେ ଆମର ଅତିପ୍ରିୟ ମୋବାଇଲ ବୋଲି ଚିହ୍ନୁ ଓ ଜାଣୁ କାଢିଲେ ଓ ବଜେଇଦେଲେ ତ ।ବାଜିଉଠିଲା ପୁଣି

" ହୁଳହୁଳି "



Rate this content
Log in

Similar oriya story from Drama