ଯତ୍ନ କଲେ ରତ୍ନ ମିଳେ
ଯତ୍ନ କଲେ ରତ୍ନ ମିଳେ


ବଡ଼ ଅପା ଗୀତା ଦେବୀ ଓ ଭିଣୋଇ ସୁବୋଧଙ୍କ ଘରକୁ, ଲିତା ବୁଲିବାକୁ ଆସିଥାଆନ୍ତି। ସାଙ୍ଗରେ ଥାଏ ତାଙ୍କ ଛୋଟ ପୁଅ ରାମୁ। ରାମୁ ଓ ତା ମାଆ ଲିତା ପାଇଁ ସୁବୋଧ ବାବୁଙ୍କ ପତ୍ନୀ ଢେର ସାରା ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିଥାନ୍ତି। ନଡ଼ିଆ ବରା ରାମୁର ଭାରି ପସନ୍ଦ ତ ଚିକେନ କରିଥିଲେ ମଧ୍ୟ ରାମୁ ପାଇଁ ନଡ଼ିଆ ବରା ପ୍ରସ୍ତୁତ କରି ରଖିଥାନ୍ତି ବଡ଼ମାଉସୀ ଗୀତା ଦେବୀ। ରାମୁର କିନ୍ତୁ ଏକା ଜିଦ ସେ ଆଗ ବୁଲି ବୁଲି ମଉସାଙ୍କ ବଗିଚା ଦେଖିବ। ବଗିଚାରେ କୋଉ ଗଛ ନାହିଁ ବୋଲି କହି ହେବନି। ପଣସ, ଆମ୍ଭ, ପିଜୁଳି,ସେପେଟା, ସହ ସେଓ, ଲିଚୁ ଓ ଅଙ୍ଗୁର ଗଛ ଲାଗିଥାଏ। ଲତା ଜାତୀୟ ବୃକ୍ଷ ଭିତରେ ରାମୁ ଅଟକି ଗଲା ଷ୍ଟ୍ରବେରୀ ଜାତୀୟ ଗଛ ପାଖେ। ସେ ଜାଣେ ମଉସାଙ୍କ ଦୁଇ ପୁଅ ଉମେଶ ଭାଇ ଆମେରିକାରେ ଓ ପରେଶ ଭାଇ ଦିଲ୍ଲୀରେ ରୁହନ୍ତି। ମଉସା ମାଉସୀ ଯେବେ ଭାଇ ଭାଉଜଙ୍କ ପାଖକୁ ଯାଆନ୍ତି ଯୋଉଠି ଯୋଉ ଗଛ ଦେଖନ୍ତି ନେଇ ଆସନ୍ତି। ନିଜ ବଗିଚାରେ ଲଗେଇ ଆନନ୍ଦ ପାଆନ୍ତି। ଏମିତି ଜାତି ଜାତି ଫୁଲ, ଫଳ ଲତା ଓ ଗୁଳ୍ମ ଭିତରେ ଅଟକି ଗଲା ରାମୁ ଗୋଟେ ମନିପ୍ଲାଣ୍ଟ ଗଛ ପାଖରେ ଆଉ ସୁନ୍ଦର ଭାବେ ଢେର ସାରା ଜାଗାରେ ମାଡିଥିବା ଏହି ଗଛକୁ ଦେଖାଇ ଲିତା ଦେବୀଙ୍କୁ କହୁଥିଲା ଦେଖ ମାଆ ଟଙ୍କା ଗଛ। ମଉସା ଲାଗେଇଥିବା ଏ ଗଛ ଏତେ ସୁନ୍ଦର ବଡ଼ ବଡ଼ ପତ୍ର ଦେଇ ମାଡି ଥିଲା ବେଳେ ମୁଁ ସାଙ୍ଗ ଘରୁ ଆଣିଥିବା ମନିପ୍ଳାଣ୍ଟ ଗଛ କାହିଁକି ଆମ ଘରେ ଭଲରେ ବଢି ଲଟେଇ ପାରୁନି ମାଆ?ଲିତା କହିଲେ ମାଉସୀ ବଢ଼ା ବଢି କଲେଣି। ତୁ ଆ ସାଙ୍ଗ ହୋଇ ଖାଇବା ବେଳେ ମଉସାଙ୍କୁ ପଚାରିବା।
ସମସ୍ତେ ଗୀତା ଦେବୀଙ୍କ ହାତ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଭୋଜନ କଲା ବେଳେ, ରାମୁ ମନଦୁଃଖରେ ବସିଥାଏ। ମଉସା କାରଣ ପଚାରିବାରୁ ସେ ତା ମନରେ ଥିବା କଥା ନଲୁଚେଇ କହିଥିଲା ମଉସା ଆପଣ ଲଗେଇଥିବା ମନିପ୍ଲାଣ୍ଟ ଗଛଟି ଏତେ ସୁନ୍ଦର ବଢି ଥିଲା ବେଳେ ଆମ ଘରେ ମୁଁ ଲଗେଇ ଥିବା ଗଛଟି ବଢ଼ୁନଥିବାରୁ ମନ ଖରାପ ହେଉଛି। ମଉସା କହିଲେ ଠିକ କଥା ରାମୁ କିନ୍ତୁ ମନେରଖ ମଣିଷ, ପଶୁ, ପକ୍ଷୀ ଗଛ ସମସ୍ତଙ୍କର ଯତ୍ନ ଆବଶ୍ୟକ। ତୁ ଯଦି ହ୍ରଲିକ୍ସ ନପିଇବୁ, ବାୟାମ ପ୍ରଣାୟାମ ଓ ଖେଳକୁଦ ନକରିବୁ ତେବେ ଶରୀର ପାଇଁ ପୋଷକ ତତ୍ତ୍ୱ ପାଇ ଠିକ କରି ବଢିପାରିବୁ ନାହିଁ। ସେମିତି ଗାଇ ଗୋରୁ ଛେଳି ମେଣ୍ଢା କୁକୁର ବିଲେଇ ଆଦି ଗୃହପାଳିତ ପଶୁ ଓ ପକ୍ଷୀ ସେ ପାରା,ବଣି, ଶୁଆ, ବତକ, ହଂସ କି କୁକୁଡ଼ା ହେଉ ସେମାନଙ୍କୁ ମଧ୍ୟ ଯତ୍ନ ଆବଶ୍ୟକ। ତାଙ୍କ ରହିବା ସ୍ଥାନର ପରିମଳ ବ୍ୟବସ୍ଥା ବା ତାଙ୍କ ରହିବା ଜାଗା ସ୍ୱଚ୍ଛ ରହିବା ସହ ଠିକ ଠାକ ଦାନା ଓ ପାଣି ଦେବା ଆବଶ୍ୟକ। ସେମିତି ଗଛ ମଧ୍ୟ ଯତ୍ନ ଦରକାର କରେ। ଉପଯୁକ୍ତ ମାଟି, ପାଣି ପବନ ସହ ସୂର୍ଯ୍ୟାଲୋକ ପାଇଲେ ଗଛ ବଢିବ। କୋଉ ମାଟି ପାଇଁ କୋଉ ଗଛ ସେଇଟା ମଧ୍ୟ ଜାଣିବା ଦରକାର। ଆଉ ତୁ ଯଦି ଯେ କୌଣସି ପାତ୍ରରେ ମନିପ୍ଲାଣ୍ଟ ଗଛ ଲଗେଇ ତା ଚେର ଉପରେ ମାଟି ପାଣି ଦେବା ବଦଳରେ ଗୋଡି ଓ ପ୍ଲେଟର ଛୋଟ ଛୋଟ ଖଣ୍ଡ ସଜେଇ ଆଲୋକ ପଡୁନଥିବା ଘରେ ରଖିଥିବୁ, ସେ ବଢିବ କେମିତି? ରାମୁ ଖୁସି ହୋଇଗଲା। ଏଥର ଗଲେ ସେ ତା ଟଙ୍କା ଗଛକୁ ଠିକ ଭାବରେ ଦେଖାଶୁଣା କରିବ ଭାବୁ ଭାବୁ ଚିକେନ, ଡାଲି,ଭାତ, ସାଲାଡ଼, ପାମ୍ପଡ଼ ସହ ନଡ଼ିଆ ବରା ଖାଉଥିଲା ବେଳେ ମଉସା କହିଥିଲେ ନଡ଼ିଆ ବରା ଆଉ ଟିକେ ପରେ ଖାଇବୁ। ନଚେତ ପେଟ ଠିକ ରହିବ ନାହିଁ। ରାମୁ ବୁଝିସାରିଥିଲା ଯେ ଗଛର ପୋଷଣ ପାଇଁ ପୋଷକ ତତ୍ୱର ପରିମାଣ ମଧ୍ୟ ଠିକ ରହିବା ଉଚିତ। ଏଥର ଘରକୁ ଗଲେ ସେ ଟଙ୍କାଗଛର ଠିକ ଠାକ ଯତ୍ନ ନେବ ବୋଲି ରାମୁ ଖୁସି ହୋଇ ଶୁଆ ପାଖକୁ ଯାଇ ଦେଖୁଥିଲା ତାକୁ ତ ସେ ଡାକୁଥିଲା କୁଣିଆ କୁଣିଆ। ହସୁଥିଲା ଖୁବ ରାମୁ। ଗୀତା ମାଉସୀ କୁଣିଆ ଆସିଲେଣି କହିବାରୁ ଶୁଆ ରାମୁକୁ କୁଣିଆ ବୋଲି ଡାକୁଥିଲା।