Sunanda Mohanty

Abstract Classics Thriller

3  

Sunanda Mohanty

Abstract Classics Thriller

ଯୋଗମାୟା ଗଙ୍ଗୋତ୍ରୀ

ଯୋଗମାୟା ଗଙ୍ଗୋତ୍ରୀ

2 mins
190



    ଗଙ୍ଗା ଦେବୀଙ୍କ ଉତ୍ପତ୍ତି ଅବସ୍ଥିତି ଓ ଭାଗିରଥୀଙ୍କ ଗଙ୍ଗାଙ୍କୁ ଆଣିବାର ପ୍ରୟାସ ଇତିବୃତ୍ତି ବ୍ୟତିରେକ ଗଙ୍ଗାଙ୍କ ସେହି ତ୍ରିବେଣୀ ସ୍ଥଳ ଋଷିକେଶ ମୋ ମନରେ ଭରିଦେଲା ମୋହ, ଆଉ ପ୍ରତିସନ୍ଧ୍ୟାର ଗଙ୍ଗା ଆଳତୀ ମାୟା ତଥା ରାମ ଦୋଳି ଓ ଲକ୍ଷ୍ମଣ ଦୋଳିର ଝୁଲା ରାସ୍ତା ମୋତେ ଆନମନା କଲା। ସବୁଦିନ ରହିଯିବା ପାଇଁ ଇଚ୍ଛା ଜାଗ୍ରତ ହେଲା କିନ୍ତୁ ମୋତେ ଫେରିବାକୁ ହେଲା ସ୍ଵାମୀ, ପୁତ୍ର କନ୍ୟା ଜାମାତା, ବଧୂ ଓ କନ୍ୟା ତଥା କନ୍ୟାର କନ୍ୟା ପ୍ରତି ଥିବା ଆକର୍ଷଣରେ।


  କିଛିଦିନ ଝିଅ ଘରେ, କିଛି ଦିନ ପୁଅ ଘରେ କଟାଇଲା ପରେ, ସୃଷ୍ଟି ହେଲା ଭାବାନ୍ତର। ସତରେ କିଏ କାହାର। ସମସ୍ତେ କେବଳ ସ୍ୱାର୍ଥପର କିଏ ଧନ କିଏ ଶ୍ରମ କିଏ ମୋହ ପାଇଁ। ସ୍ଵାମୀ ସ୍ତ୍ରୀ ର ସବୁକିଛିର ଆଖ୍ୟା ଓ ପରିଭାଷା ବି ବଦଳିଗଲା ଦିନ କେଇଟାରେ। ଥିଲା ବି ନିଜ ମାଆ, ଯିଏ ଆଲଜାଇମାର ପେସେଣ୍ଟ ଥିଲା। ଥିଲେ ବି ଭାଇ ଭଉଣୀ, ଯେଉଁମାନେ ପରସ୍ପର ଠାରୁ କିଏ କେତେ ଉଚ୍ଚରେ କସରତ୍ କରୁଥିଲେ। ସାନଭଉଣି କେତେଟା ସ୍ବାର୍ଥ ତ୍ୟାଗ ନାମରେ ମାଳଦ୍ୱାରେ ପାଣି ଟେକୁଥିଲେ, ଅର୍ଥାତ ପରସ୍ପର ଭିତରେ, ପ୍ରକୃତ ଆନ୍ତରିକତା ଖୋଜି ଖୋଜି ମୁଁ ରୀତିମତ ମାନସିକ ଓ ଶାରୀରିକ ଭାବେ ଆବଦ୍ଧ ଓ ଅବଶ ଭିତରେ ଠିକ କଲି ରୁଷିକେଶ ଫେରିଯାଆନ୍ତି କି। ସମ୍ପୂର୍ଣ୍ଣ ଅଗୋଚରରେ, ସମସ୍ତ ମୋହ ମାୟା ଆସକ୍ତି ଦୂରରେ।


 ପ୍ରକୃତରେ ସେୟା ହେଲା। ମୋ ନିଜ ମାସିକ ଆୟରେ କିଛି ଅସୁବିଧା ହେଲା ନାହିଁ। କିନ୍ତୁ ଯେତେ ଛଳନା କଲେ ବି କିଛି ଲୋକଙ୍କ ଦୃଷ୍ଟିରେ ପଡି ବଞ୍ଚିବାର ପ୍ରୟାସ କରିବାକୁ ପଡୁଥିଲା। ଦିନା କେତେ ପରିବାରର ଆଦର କ୍ରମେ ହତାଦାର ରେ ପରିଣତ ହୋଇସାରିଥିଲା। ଦି ଓଳି ଗଙ୍ଗା ମାତାଙ୍କ କୋଳରେ ଗୋଡ ରଖି, ଶିବଙ୍କ ମୂର୍ତ୍ତି ଙ୍କୁ ଗଭୀର ନିରୀକ୍ଷଣ କରୁଥିଲି ତ, କେହି ମୋତେ କେଉଁଠି ଦେଖିଲା ଭଳି ମନେ ହେଉଛନ୍ତି ପଚାରିବାରେ ମୁଁ ଉଠିଆସିଥିଲି ମୋ ରୁମ୍ କୁ। କିନ୍ତୁ ଲୋକଙ୍କର କଣ ଯାଏ କେଜାଣି ମୋ ବିଷୟରେ ସାଧୁ ମହାରାଜଙ୍କଠୁ ସବୁ ବୁଝି ସିଧା ମୋ ରୁମର କଳିଙ୍ଗ ବେଲ ପାଖରେ।


  ମୁଁ ଜଡସଡ ତଥା ଅପ୍ରସ୍ତୁତ ହେଲି, ନିଷ୍କୃତି ନଥିଲା। ଯୋଉ ଲକ୍ଷ୍ୟରେ ମୁଁ ଏଠାକୁ ଚାଲିଆସିଥିଲି ,କାହା ଭଲ ମନ୍ଦ ଜାଣିବିନି, ମୋ ଭଲମନ୍ଦ ବି ଜାଣିବା କାହାର ଦରକାର ନାହିଁ, ଅଭିମାନ ରେ ନୁହେଁ, ଆଧ୍ୟାତ୍ମିକ ଜିବନାନୁଶୀଳନରେ, ତାହା ପିଛା ଛାଡ଼ୁନଥିଲା। ସ୍ୱାମୀଙ୍କ କଥା ନଜାଣିବାକୁ ଚାହିଁ କାଚ ସିନ୍ଦୂର ଅଳତା ସହ ଯିବାକୁ ଚାହୁଁଥିଲି ଅଗୋଚରରେ, ହେଲେ ସେ ଲୋକ କହିଚାଲିଥିଲା।


   ସାର ପକ୍ଷାଘାତ ରୋଗରେ। ଗାଁରେ ପଡି ଛଟପଟ ହେଉଛନ୍ତି। ପୁଅ ଘର ବିକି କୋଉଠି ପତ୍ତା ନାହିଁ। ଆପଣ ଏଠି ଧର୍ମ କଲେ କଣ ହେବ, ସାରଙ୍କୁ ଏକୁଟିଆ ଛାଡି,ଜ୍ଞାତି କୁଟୁମ୍ବଙ୍କ ପଡ଼ିରେ ପଡିଛନ୍ତି ଅକର୍ତ୍ତବ୍ୟ ହୋଇ। ଚାଲନ୍ତୁ ମୋ ସହ କାଲି। ମୁଁ ସାରଙ୍କ ପାଖେ ପାଠ ପଢିବା ବେଳୁ ଆପଣଙ୍କୁ ଦେଖିଛି, ଚିଂହିବିନି କେମିତି!


   ସେହି ଦିନ ନିସ୍ତବ୍ଧ ରାତ୍ରୀରେ ଏତେ ବଡ ଦୁଇ ଦୁଇଟି ତାଲା ପକା ପାଚେରୀ ଡେଇଁ ଯେଉଁ ଝପାସ ଶବ୍ଦ ହେଲା, ତାହା କାହାକୁ ଗୋଚର ନଥିଲେ ବି ମାଆ ଗଙ୍ଗା କୋଳେଇ ନେଇ କହୁଥିଲେ ଶିବ ଶଙ୍କର ଙ୍କୁ। ବିଚରା କେତେ ଆଶରାକରି ମୋ କୋଳକୁ ଚାଲିଆସିଥିଲା, ସାଂସାରିକ ମୋହ ମାୟା ଆବେଗ ଅନୁରାଗ ତୁଟାଇ ତ, ତାକୁ କୋଳରେ ଧରିରଖିବାକୁ ଅନୁମତି ଦିଅନ୍ତୁ ପ୍ରଭୂ। ତା ଆରଦିନ ଛାତ୍ର କଣ କେହିବି ଆଉ ଦେଖିନଥିଲେ ମୋତେ। କେହି କିଛି କହି ପାରୁନଥିଲେ ମୋ ବିଷୟରେ।


Rate this content
Log in

Similar oriya story from Abstract