Parameswar Ojha

Drama Inspirational

3  

Parameswar Ojha

Drama Inspirational

ଯୋଗ

ଯୋଗ

2 mins
167



 


ପନ୍ଦର ଦିନ ତଳର ଗୋଟେ ସନ୍ଧ୍ଯା 

 ମୁଁ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳକୁ ସମୟ ହେଇ ଗଲାଣି ସେତେ ବେଳକୁ ସାଢେ ସାତ। 

ସାଇକେଲ ବାହାର କଲା ବେଳକୁ ପଛ ଚକା ପଙ୍କଚର୍ ବିଲକୁଲ୍ ବି ପମ୍ପ ନାହିଁ । ମନ ଖରାପ ହୋଇଗଲା ଏ ଛକ ରେ ସାଇକେଲ ଦୋକାନ ବାଲା ଟା ମଦୁଆ ଟା ଯଦି ଆକାଶବାଣୀ ହୋଇ ଯାଇ ଥିବ ତ ଗଲା...


ସେ ଆଉ ସାଇକେଲ ଦୋକାନୀ ଭିମା ନଥିବ ରୁପାନ୍ତରିତ ହୋଇ ଯାଇଥିବା ନବୀନ ପଟ୍ଟନାୟକ ରେ । 

 ତଥାପି ମୋର କାମ ଅଛି ଯେତେବେଳେ ଯିବାକୁ ତ ପଡିବ। କିନ୍ତୁ ସେଠିକି ଯାଇ ପହଞ୍ଚିଲା ବେଳକୁ ତା ସଟର୍ ଡାଉନ୍ , ଏବେ ନାମ ନେଲା ମଣିଷ ଗାଁ ଭିତରେ ତିନି କିଲୋମିଟର ଗଲା ପରେ ଯାଇ ସାଇକେଲ ଦୋକାନ ପଡିବ । 

ତା ବ୍ୟତୀତ ଆଉ କିଛି ଉପାୟ ବି ନାହିଁ । 


ଏଥର ଦୋକାନ କାମ ସାରି ତାଲା ପକେଇ , ଅଟଳ ଭାଇ ଦୋକାନ ରୁ ସାଧା ପାନ ଗୋଟେ କଳରେ ଜାକି । ମୋବାଇଲ୍ ରେ ମୋ ପସନ୍ଦର ଗୀତ ର ଲିଷ୍ଟ ବାହାର କରି ସ୍ଲୋ ମ୍ୟୁଜିକ ରେ ବଜେଇ କି ଚାଲିଲି ସାଇକେଲ ଧରି ଗଡେଇ ଗଡେଇ ଗାଁ ଭିତରକୁ । 


ଏଠି ପହଞ୍ଚିଲା ବେଳକୁ ଗରମ ରେ ଝାଳ ନାଳ ଗୋଟା ସରି।

ଆଉ ତିନୋଟି ପାନ ବି ପାଇ ସାରିଥାଏ । ଆଉ ମୋବାଇଲ୍ ରେ ସାତ ଟି ଗୀତ ବାଜି ସାରି ଆଠ ନମ୍ବର କୁ ପଡିଥାଏ । 

ସେତେ ବେଳକୁ ମୁଁ ଭାବୁଥିଲି ଶଳା ଗୋଟେ ଗୋଟେ ଦିନ ଏମିତି ଥାଏ ନାକରେ କନ୍ଦେଇବା ଭଳି  ।.........ଛାଡ । 


ଏ ସାଇକେଲ ଦୋକାନ ରେ ବି ତାର ଗୋଟେ ସାଇକେଲ

ମରାମତି ଚଲେଇଥାଏ, ଆଉ କଣ କରିବି ଅପେକ୍ଷା କଲି । 

ସେଠି ପନ୍ଦର କୋଡ଼ିଏ ମିନିଟ୍ ବରବାଦ୍ ହେଲା । ତା କାମ ସରିବା ପରେ ମୋ ସାଇକେଲ କୁ ଦେଖିଲା । ମୁଁ ସାଇକେଲ ଶୁଆଇ ଦେଲି, ସେ ଦୁଇ ଟା ଟାଲିଭର ଲଗାଇ ଟାୟାର୍ ଖୋଲିଲା ତାପରେ ଟ୍ୟୁବ ବାହାର କଲା । ଚାଇନା ପମ୍ପ୍ ନ ରଖି ସେଇ ପୁରୁଣା କାଳିଆ ପମ୍ପ୍ ରଖିଥିଲା ମୋତେ ଦେଲା ମାରିବାକୁ ସେଇଟା ଏତେ ଟାଇଟ୍ ଯେ ମୁଁ ମାରତେ ମାରତେ ମୋର ହାଲତ୍ ଢିଲା ହୋଇଗଲା। ହଉ ଯାହା ହେବା କଥା ହେଲା , ସେ ଏଥର ପାଣି ଯାଗା ଟେ ଆଣି ପରୀକ୍ଷା କଲା ଭଲକି ତନଖିଲା କିନ୍ତୁ କୋଉଠି ବି ପବନ ପାସ୍ କଲାନି। ମୁଁ ବି ଆଶ୍ଚର୍ଯ୍ୟ ହେଲି ଏମିତି କେମିତି ଯେ ? 


( ମୋ ସାଇକେଲ ତ ମୋ ହେପାଜତ ରେ ମୋ ଆଖି ସାମ୍ନା ରେ ଦୋକାନ ଦାଓ୍ବା ରେ ରହେ କେହିବି ପମ୍ପ୍ ଖୋଲି ଦେବେ ସେଇଟା ବିଲକୁଲ୍ ବି ସମ୍ଭବ କଥା ନୁହେଁ। ତେବେ ଏମିତି କେମିତି.... ) 


ତାକୁ ଲାଗିଲା ପବନ କମ୍ ଯୋଗୁ ବୋଧେ ଏମିତି ହେଉଛି। 

ମୋତେ କହିଲା ତାପରେ ମୁଁ ଆହୁରି ଦି ଚାରି ଥର ମାଡିଲି ପମ୍ପ୍। ଏଥର ଏକଦମ୍ ଧିରେ ଧିରେ ପାଣିରେ ଟ୍ୟୁବ୍ ବୁଡାଇ ଭଲକି ପରୀକ୍ଷା କଲା ସେହି ଏକା ଅବସ୍ଥା। ଲିକ୍ କୋଉଠି ବି ନାହିଁ । ଦୋକାନୀ କହିଲା , ଲିକ୍ ନାହିଁ ଚକା ଭଲ ଅଛି ।

 ସାଇକେଲ ପଙ୍କଚର୍ ମାରିଲେ ୨୦ ଟଙ୍କା ନେଉଛନ୍ତି ଏତେ ଖୋଲା ଖୋଲି କଲା ଯେହେତୁ ବିବେକ ଦୃଷ୍ଟି ରୁ ୧୦ ଟଙ୍କା ତାକୁ ଦେଇ ଆସିଲି । 


ଆଜି କୁ ପନ୍ଦର ଦିନ ହେଲାଣି ସାଇକେଲ ଚକାରୁ ପବନ ଟିକେ ବି କମିନି। 


---------👆-----------

। 

। 

 ଆଛା ଏଇଟା କଣ ଥିଲା ?


________________________________


। 

ସତରେ ଆମ ଜୀବନ ରେ ଏମିତି ଆଶ୍ଚର୍ଯ୍ୟ ଜନକ ଘଟଣା ବହୁତ କିଛି ଘଟି ଥାଏ । ଯାହାର ଆମେ କାରଣ ଖୋଜି ବି ପାଇ ନ ଥାଉ। ଏମିତି କିଛି ହେଲେ ଆମ ମନରେ କଥା ଟିଏ ଆସେ ଆମର ଯେତେବେଳେ ଯାହା ଭୋଗିବାର ଥିବ ଆମେ ନିଶ୍ଚୟ ଭୋଗିବା , ଯେନ ତେନ ପ୍ରକାରେ ହେଉ ପଛକେ।


___________000___________


✍️-- ପରମେଶ୍ୱର ଓଝା

ମେଲ୍-- ojhaparameswar@gmail.com


Rate this content
Log in

Similar oriya story from Drama