Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Pratap Chandra Mishra

Others


4.0  

Pratap Chandra Mishra

Others


ଯନ୍ତ୍ରଣା ମୁକ୍ତ ବିରହୀ

ଯନ୍ତ୍ରଣା ମୁକ୍ତ ବିରହୀ

7 mins 165 7 mins 165

ଡାକ୍ତରଖାନା ଖଟରେ ପଡ଼ି ଡମ୍ବରୁ ଅଣନିଃଶ୍ୱାସି ହୋଇଗଲାଣି । ପାଖରେ କେହି ନାହାନ୍ତି । କେବଳ ମେଡିକାଲର ନର୍ସ ଡାକ୍ତର ଆଉ ଚପରାସି ଗଣ । ମନରେ ଉଦଭ୍ରାନ୍ତ ଚିନ୍ତାଧାରା । ଘରୋଇ ଚିକିତ୍ସାଳୟରେ ସମୟ ଅନୁସାରେ ଘର ଲୋକଙ୍କୁ ରୋଗୀ ପାଖକୁ ଛଡ଼ା ଯିବ । ଅନ୍ୟ ବେଳେ କେବଳ ହସ୍ପିଟାଲ୍ କର୍ମଚାରୀ ହିଁ ରୋଗୀର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥାନ୍ତି ଏବଂ କତୃପକ୍ଷ ଆଗତୁରା ସେଥିପାଇଁ ମୋଟା ଅଙ୍କର ଟଙ୍କା ନେଇଥାନ୍ତି । ହେଲେ ଡମ୍ବରୁ କଥା ନିଆରା । ସେ କଲେଜରୁ ଅଧ୍ୟାପକ ହୋଇ ଅବସର ନେଲା ପରେ ପୈତୃକ ଗାଆଁ ଦଶମନ୍ତ ପୁରରେ ଏକା ରହୁ ଥିଲା । ମାର ସେବା ଯତ୍ନ କରି ଖୁସିରେ ଥିବା ବେଳେ ଅବସର ନେବା ପରେ ପରେ ମାର ଦେହାନ୍ତ ହୋଇଗଲା । ଘରକୁ ସେ ସାନ । ବଡ଼ ଭାଇ ବିଦେଶରେ ଓ ଭଉଣି ତା ସଂସାର ନେଇ ପଞ୍ଜାବରେ ରହୁଛି । ଭଣଜା ପାରିବାର ହୋଇ ଗଲାଣି । ସେ ସରକାରୀ ଚାକିରିଟିଏ ପାଇ ସାରିଲାଣି । ଦଶମନ୍ତପୁର ଗାଆଁ ଠାରୁ ପନ୍ଦର କିଲୋମିଟର ଦୂରରେ ପୋଷ୍ଟିଂ ତେଣୁ , ଡମ୍ବରୁ ସହ ନିଶ୍ଚିତ ଯୋଗା ଯୋଗ ସୁଦୃଢ ଥିଲା ଆଗ ଅପେକ୍ଷା । କିନ୍ତୁ ଡମ୍ବରୁ ନିରୋଳାରେ ଘରେ ମାର ବିଚ୍ଛେଦରେ କାଳ କାଟୁଥାଆନ୍ତି । ଦିନେ ହଠାତ୍ ଜ୍ଵର ହେଲା । ନିଜ ବୁଦ୍ଧି ଅନୁସାରେ ରଖିଥିବା ଔଷଧ ବ୍ୟବହାର କଲା ପରେ ମଧ୍ୟ ଡମ୍ବରୁ ଆରୋଗ୍ଯ ହେଲା ନାହିଁ । ବେଳକୁ ବେଳ ସେ ଆହୁରି ଦୁର୍ବଳ ହୋବାକୁ ଲାଗିଲା । ତେଣୁ ସେ ବାଧ୍ୟ ହୋଇ ଭଣଜାକୁ ଜଣା ଇଲା । ଏବଂ ମେଡିକାଲ ସ୍ଥାନାନ୍ତର ହେଲା ବେଳକୁ ଡମ୍ବରୁର ଚେତା ନଥିଲା । ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ଅପେକ୍ଷା ରତ ଥିବା ଭଣଜା ବାହାରେ ବ୍ୟସ୍ତ ଥିଲା । ହେଲେ ଡମ୍ବରୁର ଚେତା ଆସିବା ବେଳକୁ ସେଠିକାର କର୍ମଚାରୀଙ୍କ ବ୍ୟତୀତ ଆଉ କେହି ନଜରକୁ ଆସିନଥିଲେ । ଡମ୍ବରୁ ଭାବ ବିହ୍ୱଳ ହୋଇ ଆଖିରୁ ପାଣି ଗୁଡାକ ବାହି ବାରେ ଲାଗିଥାଏ । କିଛି ସମୟ ପରେ ତାର ନଜର ପାଖ ବେଡ୍ ପାଖକୁ ଚାଲି ଯାଇ ଥିଲା । ସେଠି ସୁନ୍ଦରୀ ଝିଅଟେ ବେଡରେ ଥିବା ରୋଗୀଙ୍କ ସାମ୍ନାରେ କାନ୍ଦୁଛି । ଚେହେରାକୁ ଦେଖି ଡମ୍ବରୁ ମନେ ମନେ ଚିହ୍ନି ଲା ଭଳି ଅନୁଭବ କରୁଛି । ହେଲେ କିଏ ରୋଗାକ୍ରାନ୍ତ ମନ ହଠାତ୍ ଠଉରାଇ ପାରୁନି । ତେବେ ଏହି ଦ୍ଵନ୍ଦ୍ୱ ଭିତରେ ବାହାରୁ ଡାକ୍ତର ପଚାରିଲେ ନର୍ସକୁ ପେସେଣ୍ଟର ନାଆଁ କଣ? ନର୍ସର ଉତ୍ତରରେ ଅସୁସ୍ଥ ଡମ୍ବରୁ ଚମକି ଚେଇଁ ଗଲା । ଏବଂ ତାର ମନେ ପଡିଗଲା ଅସ୍ମିତା କଥା । ସେ ଝିଅର ଚେହେରା ଅସ୍ମିତା ଭଳି ଦିଶୁଛି ଆଉ ନର୍ସ ପେସେଣ୍ଟର ନାଆଁ ଅସ୍ମିତା କହୁଛି । ଡମ୍ବରୁ ଆଗ ପଛ କିଛି ନ ବିଚାରି ବେଡରୁ ସମସ୍ତ ବଳ ପ୍ରୟୋଗ କରି ନର୍ସଙ୍କ ବାରଣ ସତ୍ତ୍ୱେ ସାମ୍ନାରେ ଥିବା ରୋଗୀ ପାଖକୁ ଉଠି ଗଲା । ଡମ୍ବରୁ ସେ ରୋଗୀ ଚେହେରା ଦେଖି ଆଚମ୍ବିତ ହୋଇଗଲା । ସେ ଅସ୍ମିତା ଆଉ କେହି ନୁହେଁ,ଯୌବନ ଜୁଆରରେ ପହଁରି ଥିବା ବେଳର ସବୁ ସ୍ମୃତି ସେଇଠି ନିଶ୍ଚଳ ହୋଇ ପଡ଼ିଥିଲା । ଡମ୍ବରୁର ମଥା ଘୁରିବା ବେଳକୁ ନର୍ସ ମାନେ ଡମ୍ବରୁକୁ ଭିଡ଼ି ଆଣି ତା ବେଡରେ ଶୁଆଇ ଦେଇଥିଲେ । କିଛି ସମୟ ପାଇଁ ଡମ୍ବରୁ ଆଖି ବନ୍ଦ କରି ଅସ୍ମିତା ସହ ବିତାଇ ଥିବା ଅମ୍ଳାନ ମୁହୂର୍ତ୍ତ ସବୁ ମାନସ ପଟଳରେ ସିନେମା ପରଦାରେ ଦେଖିଲା ଭଳି ହେଜୁ ଥିଲା । ଦୁହିଁଙ୍କ ବନ୍ଧୁତା ଦିନେ ଭଲ ପାଇବାରେ ଦୁହିଁଙ୍କୁ ପାଗଳ କରିଦେଇଥିଲା । ଉଭୟେ ବିବାହ କରିବାକୁ ମନସ୍ଥ କରିଥିଲେ । ହେଲେ ଅସ୍ମିତାର ବାପା, ବୋଉ ଡମ୍ବରୁ ସହ ବିବାହ ଦେବାକୁ ନାରାଜ । କାରଣ ଡମ୍ବରୁ ଜଣେ ମଧ୍ୟବିତ୍ତ ପରିବାରର ପୁଅ । ଅସ୍ମିତାର ବାପା ହାଇକୋର୍ଟରେ ଉଚ୍ଚ ପଦସ୍ଥ କର୍ମଚାରୀ । ଅସ୍ମିତା ଛୋଟ ବେଳୁ ବହୁତ୍ ଯତ୍ନରେ ବଢ଼ିଛି ଆଉ ଆଗକୁ ସେଭଳି ସତ୍ପାତ୍ରରେ ଝିଅକୁ ବିବାହ ଦେବେ ବୋଲି ଅସ୍ମିତାର ଘରେ ନିଷ୍ପତ୍ତି ନେଇସାରିଛନ୍ତି । 

ତେଣୁ ଏ ଦୁହିଁଙ୍କୁ ସମସ୍ୟା ଉପୁଜିଲା । ଡମ୍ବରୁ ଘରେ ରାଜି କିନ୍ତୁ କୌଣସି ସମସ୍ୟାକୁ ପ୍ରଶ୍ରୟ ଦେବା ସପକ୍ଷରେ ଡମ୍ବରୁକୁ କଡା ଚେତାବନୀ ଦେଇଛନ୍ତି । କିଛି ବିଚାର ନ କରି ଅସ୍ମିତା ଓ ଡମ୍ବରୁ ସେହି ମନ୍ଦିର ବେଢ଼ାରେ ନୀତି ଭେଟ ହେବା ସ୍ଥାନରେ ମିଳିଲେ । ଅସ୍ମିତା ଡମ୍ବରୁକୁ କହିଲା ଘରୁ ଲୁଚି ଫେରାର ହେବାକୁ କିନ୍ତୁ ଡମ୍ବରୁ ବାରଣ କଲା । ଅସ୍ମିତାର ବାପା ଜଣେ ସୁନାମଧନ୍ୟ ବ୍ୟକ୍ତି ଆଉ ସେ ମଧ୍ୟ ବିତ ଶ୍ରେଣୀର । ଇଜ୍ଜତ ଥରେ ଗଲେ ଆଉ ଫେରେନା । ତା ସହ ଡମ୍ବରୁ କହିଲା ମୁଁ ବି ବେରୋଜଗାର । ଘରେ ସମ୍ବଳ ନାହିଁ ବିପତ୍ତିକୁ ସାମ୍ନା କରିବାକୁ । ତେଣୁ ଅନ୍ୟ ଉପାୟ କରିବା ଭଲ ହେବ । ସେ ନିଜେ ଦିନେ ସାହାସ କରି ତା ବାପାଙ୍କୁ ନେଇ ଅସ୍ମିତାଙ୍କ ଘରକୁ ଅସ୍ମିତାର ହାତ ମାଗିବାକୁ ଗଲା, ବିବାହ ପ୍ରସ୍ତାବ ନେଇ । ଅସ୍ମିତାର ବାପା ଦର୍ବାନ ଦ୍ଵାରା ଡମ୍ବରୁ ଓ ତା ବାପାଙ୍କୁ ବହୁତ୍ ଧିକ୍କାର କରିବା ସହ ଗାଳି ଗୁଲଜ କଲେ ଓ ଧକ୍କା ମାରି ଫାଟକ ବାହାରକୁ ଠେଲି ଦେଇଥିଲେ । କ୍ଷତାକ୍ତ ଡମ୍ବରୁ ବାପାଙ୍କୁ ନେଇ ଚିକିତ୍ସାଳୟ ଯାଇ ମଇଲମ୍ ପଟି ଲଗାଇ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଅଶାନ୍ତ ମନ ବିଷାଦ ଚିତ୍ତ ଓ ଅପମାନରେ ସେ ତିଳ ତିଳ ହୋଇ ଭଙ୍ଗା ହୃଦୟରେ ପାଗଳ ପରି ହୋଇଯାଇଥିଲା ଓ ବାପାଙ୍କର ଅପମାନକୁ ସହ୍ୟ କରିପାରୁ ନଥିଲା ବେଳେ ଅସ୍ମିତାର ବାପା ଏ ଘଟଣା ପରେ ଅନ୍ୟତ୍ର ବଦଳି ହୋଇ ସେହି ଗାଆଁରୁ ସ୍ଥାନାନ୍ତର ହୋଇଯାଇ ଥିଲେ । ଡମ୍ବରୁ ଶେଷ ଥର ପାଇଁ ସେ ପିଟା ଯାଉଥିବା ବେଳେ ଅସ୍ମିତାକୁ ବାଲକୋନୀରେ କ୍ରନ୍ଦନରତ ଥିବା ଅବସ୍ଥାରେ ଦେଖିଥିଲା । ଭାବିଥିଲା ବାପାଙ୍କ ଅପମାନର ପ୍ରତିଶୋଧ ଅସ୍ମିତାକୁ ଅପହରଣ କରି ଶୁଝାଇବ ତଥା ଅସ୍ମିତାକୁ ନିଜର ପତ୍ନୀ ରୂପେ ଘରକୁ ଆଣିବ । ସିଧା ଆଙ୍ଗୁଠିରେ ଘୃତ ନ ବାହାରିଲେ ଆଙ୍ଗୁଠି ବଙ୍କା କରି କାଢ଼ିବାକୁ ହୁଏ, କ୍ଷତର ଭରଣା ହେଉ ଡମ୍ବରୁ ନିଶ୍ଚୟ ମନବାଞ୍ଛା ସଫଳ କରିବ ବୋଲି ସ୍ଥିର କରିଥିଲା । କିନ୍ତୁ ଫଳ ଓଲଟା । ଯେତେବେଳେ ଅନ୍ୟତ୍ର ବଦଳି ହୋଇଯିବା ଜାଣିଲା, ଡମ୍ବରୁ ଅନୁସନ୍ଧାନ କରି ଅସ୍ମିତା ରହୁଥିବା ସହରରେ ପହଞ୍ଚିଲା । ସେତେବେଳକୁ ଅସ୍ମିତାର ବାପା ଯୋର୍ କରି ତା ବିବାହ ଅଷ୍ଟ୍ରେଲିଆରେ କାର୍ଯ୍ୟ ରତ ସଫ୍ଟୱେର୍ ଇଞ୍ଜିନିୟର ସହ ବିବାହ କରି ସାରିଥିଲେ । 

ଅସ୍ମିତା ଅଷ୍ଟ୍ରେଲିଆ ତା ସ୍ୱାମୀ ସହ ଚାଲି ଯାଇଥିବା କଥା ସେ ସହରରେ ରହୁଥିବା ଡମ୍ବରୁର ସାଙ୍ଗ ବିକାଶ ଠାରୁ ଶୁଣି ସ୍ତବ୍ଧ ହୋଇଯାଇଥିଲା । ବିଷର୍ଣ୍ଣ ହୃଦୟରେ ଡମ୍ବରୁ କୁହୁଳି କୁହୁଳି କାନ୍ଦି ଥିଲା । ଏ ବିଶାଳ ଦୁନିଆ ତା ପାଇଁ କ୍ଷଣିକରେ ଅଲୋଡା ହୋଇଯାଇଥିଲା । କଣ କରିବ ଭାବିବା ପୂର୍ବରୁ ସେ ବ୍ୟସ୍ତ ବହୁଳ ସହରୀ ରାସ୍ତାରେ ଚାଲୁ ଚାଲୁ ଅଳ୍ପକେ ଦ୍ରୁତଗାମୀ ଯାନର କବଳରୁ ଜୀବନ ବଞ୍ଚାଇ ପାରିଥିଲା । ମନରେ ଦମ୍ଭ ରଖୁଥିଲା ଅସ୍ମିତାକୁ ବିବାହ ନ କଲା ନାହିଁ ସେ ତାର ମଙ୍ଗଳ ପାଞ୍ଚି ଦୁନିଆରେ ତା ପାଇଁ ବଞ୍ଚିବ । କାଳକ୍ରମେ ସେ ସଂଘର୍ଷମୟ ଜୀବନ ଚାଲୁ ରଖିବାକୁ ଯାଇ ଅଧ୍ୟାପନା ବୃତ୍ତିକୁ ଆଦରି ନେଇଥିଲା । ଘରର କାହାରି କଥା ଶୁଣି ନ ଥିଲା ଆଉ କାହାକୁ ବିବାହ କରି ଜୀବନସାଥି ନେଇ ବଞ୍ଚିବାକୁ । ହେଲେ ବିଡମ୍ବନା ଏହା ଅସ୍ମିତାକୁ ଏଭଳି ଅବସ୍ଥାରେ ଦେଖିବ ଏହା ଯୋଗ ଥିଲା । ପୁଣି ଅଷ୍ଟ୍ରେଲିଆରେ ରହୁ ଥିବା ଅସ୍ମିତା ଭାରତରେ ପୁଣି ଧନୀ ଘର ବୋହୂ ଏ ଘରୋଇ ମେଡିକାଲରେ ! ଏସବୁ ଭାବି ଭାବି ଛାଇ ନିଦ ଆସିଯାଇଥିଲା । କିନ୍ତୁ ସମାଧାନ ବାଟ ଓ ପ୍ରଶ୍ନର ପାହାଡ ତଥା ନିକଟରେ ହଜିଯାଇଥିବା ମଣିଷକୁ ପାଇ ଡମ୍ବରୁ ଖୁସି ହେବ କି ଯନ୍ତ୍ରଣାକୁ ଚାପି ରଖି ପୁଣି କୁହୁଳିବ କିଛି ଭାବି ପାରୁ ନ ଥାଏ । ଏତିକିବେଳେ ରୋଗୀଙ୍କ ଘର ଲୋକ ରୋଗୀ ପାଖକୁ ଆସି ଦେଖା କରିବା ସମୟ ହୋଇଯାଇଥାଏ । ଡମ୍ବରୁର ଭଣଜା ଆସି ଡମ୍ବରୁ ପିଠିରେ ହାତ ଲଗାଇଦେଲା । ଡମ୍ବରୁ ଚମକି ଗଲା । ଦେଖିଲା ତା ଭଣଜା । ଡମ୍ବରୁ ଖାଲି କାନ୍ଦୁଥାଏ । ଭଣଜା କେତେ ପଚାରିଲେ ବି କିଛି କହୁ ନଥାଏ । କେବଳ ସାମ୍ନାରେ ଥିବା ଅସ୍ମିତା ଆଡ଼କୁ ଅପଲକ ନୟନରେ ଦେଖୁଥାଏ । ପାଖରେ ଥିବା ଅସ୍ମିତା ଭଳି ଦେଖାଯାଉଥିବା ଝିଅ ଅସ୍ମିତାର ଝିଅ ଏ କଥା ଆଉ ପଚାରିବା ଆବଶ୍ୟକ ପଡିଲା ନାହିଁ । ଭଣଜା କିଛି ସମୟ ପରେ ଡମ୍ବରୁର ବିଷୟରେ ବୁଝି ଆବଶ୍ୟକ ଯାହା ଜତନ କରି ଫେରି ଆସିଲା । ଅସ୍ମିତା ଚେତା ଶୂନ୍ୟ ଅବସ୍ଥାରେ ଥାଏ । ଚିକିତ୍ସା ଚାଲିଥାଏ । ଅସ୍ମିତାର ଝିଅ ବି ଫେରି ଚାଲିଯାଇଥାଏ । ଡମ୍ବରୁ ଆଉ ସମ୍ଭାଳି ପାରିନଥିଲା । ସେ ନର୍ସଙ୍କ ଠାରୁ ଜାଣି ବାକୁ ପାଇଲା ଅସ୍ମିତାର ହାର୍ଟ ଷ୍ଟ୍ରୋକ ହୋଇଛି । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ । କିଛି ସମୟରେ ହୋସ ଆସିଯିବ । ଡମ୍ବରୁ ଖୁସି, ଯାହାହେଉ ଅନ୍ତତଃ ଭଗବାନ ଶେଷ ଅବସ୍ଥାରେ ଅସ୍ମିତାକୁ ଟିକେ ଦେଖିବାର ସୂଯୋଗ ପାଇଲା.... । 


ନର୍ସଙ୍କ କହିବା ଅନୁସାରେ ଅସ୍ମିତାର ସଂଜ୍ଞା ଫେରି ଆସି ଥିଲା । ସେ ସଚେତନ ଅବସ୍ଥା ଆସି ବା ପରେ ସେହି ପ୍ରକୋଷ୍ଠରେ ଡମ୍ବରୁକୁ ଆବିଷ୍କାର କରି ପାରିଥିଲା । ଡମ୍ବରୁ ବି ବ୍ୟାକୁଳ ତାର ଅସ୍ମିତା ପାଖକୁ ଯାଇ ତା ହାତକୁ ଜାବୁଡି ଧରିଥିଲା । ଉଭୟେ କୋହଭରା କାନ୍ଦରେ ଅନ୍ତରର ଯେତେ ଗ୍ଲାନି ଥିଲା ସବୁ ଧୋଇ ସଫା କରିଦେଇଥିଲେ । ଡମ୍ବରୁ ଅସ୍ମିତା ମଥାରେ ସିନ୍ଦୂର କାହିଁ ପଚାରିଲା । ଅସ୍ମିତା ଗୋଟି ଗୋଟି କରି ସେହି ରାତିରେ ବଖାଣି ଗଲା । ବାଧ୍ୟ ବାଧକତା ବିବାହ ଶାନ୍ତି ଦେଇ ନଥିଲା । ଡମ୍ବରୁ ସ୍ମୃତିରେ ସେ ଆତ୍ମହତ୍ୟା ଭଳି ପ୍ରୟାସ କେତେ ଥର କରିଛି କିନ୍ତୁ ତା ଘର ଲୋକ ଓ ସ୍ଵାମୀ ତାକୁ ସେଥିରୁ ବଞ୍ଚାଇ ଦେଇଥିଲେ । ବାରମ୍ବାର ଦାମ୍ପତ୍ୟ ଅଶାନ୍ତି ଯୋଗୁଁ ଅସ୍ମିତାର ସ୍ଵାମୀ ପ୍ରବଳ ମଦ୍ୟ ପାନ କରୁଥିଲେ । ଏବଂ ପାକସ୍ଥଳୀ ନଷ୍ଟହୋଇ ଯାଇଥିବା ଯୋଗୁଁ ସେ ପ୍ରାୟ ଦଶ ବର୍ଷ ହେବ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମରଣ ପରେ ସେ ଝିଅ ଓ ପୁଅକୁ ନେଇ ବାପାଙ୍କ ପାଖକୁ ଭାରତ ଫେରି ଆସ ଯାଇଥିଲା । ବାପା ପରାଲିଶିସ ରୋଗରେ ଶଯ୍ୟାଶାୟୀ । ସେ କରିଥିବା ଭୁଲର ସମାଧାନ ଶଯ୍ୟାରେ ପଡ଼ି ଅନୁତାପ କରୁଛନ୍ତି । ଏତେବେଳେ ଦୁଶ୍ଚିନ୍ତା ଚିତ୍ତ ଅସ୍ମିତାର ଶରୀର ହାର୍ଟ ବେମାରରେ ପତିତ କରାଇଛି । ପୁଅ ବ୍ୟାଙ୍କରେ ଚାକିରି, କରୁଛି ଝିଅ ବିବାହଯୋଗ୍ୟା । ପୁଅ ବ୍ୟସ୍ତ ହୋଇ ଏହି ମେଡିକାଲରେ ଭର୍ତ୍ତି କରିଦେଇଛି । ଡମ୍ବରୁ ଏ ସବୁ ନିର୍ବିକାର ହୋଇ ଶୁଣୁଥାଏ । ଅସ୍ମିତା ପଚାରିଲା ଡମ୍ବରୁର ସଂସାର ବିଷୟରେ । ଡମ୍ବରୁ କିଛି ନ କହି ସେ କହିଲା ମୋ ସଂସାର କେବଳ ତୁ ଅସ୍ମିତା । ଆଉ କେହି ନାହାନ୍ତି । 


ଏତିକି ବେଳେ ନର୍ସ ତାଗିଦ୍ କରି ଉଠିଲେ, ଦୁହେଁ ଗୁରୁତର ପେସେଣ୍ଟ ନିଜ ନିଜ ବେଡରେ ଶୋଇଯାଅ । କିନ୍ତୁ ଦୁହେଁ ଦୁହିଁଙ୍କ ପୁରୁଣା ସ୍ମୃତି ଓ ମନର ମଣିଷକୁ ପାଇ ଯାଇଥିଲେ । ଅସ୍ମିତାର କୋହ ଥମିବାର ନାଆଁ ନେଇ ନଥାଏ । ଡମ୍ବରୁ ବି ଅଣ ଆୟତ । ଦୁହେଁ ଛାତିରେ ଛାତି ଏ ବ୍ୟାଧି ଧରି ସ୍ମୃତି ରୋମନ୍ଥ ନ କରୁଥିଲେ । ବ୍ୟଥିତ ମନ ଉତ୍ତର ବୟସରେ ଖୋଜୁ ଥିବା ସାଥୀ ସେହି ପ୍ରକୋଷ୍ଠରେ ପ୍ରତିକୂଳ ପରିସ୍ଥିତି ଅକସ୍ମାତ ଅସ୍ମିତାର ଷ୍ଟ୍ରୋକ ପୁଣି ବାହାରିଲା । ଡମ୍ବରୁକୁ ରୁଦ୍ଧ ଗଳାରେ ହାତଠାରି ପାଖକୁ ଡାକିଲା ନର୍ସ ମାନେ ଦୌଡ଼ି ଆସିଥିଲେ ଚିକିତ୍ସା ପାଇଁ,ଡାକ୍ତରଙ୍କୁ ଡକାଗଲା ବେଳକୁ ଅସ୍ମିତାର ନିଃଶ୍ୱାସ ଥମି ଯାଇଥିଲା । ଯିବା ପୂର୍ବରୁ ଡମ୍ବରୁକୁ ହସି ହସି କହିଗଲା ତୁମକୁ ପାଇଗଲି ଡମ୍ବରୁ ଆସ ଦୁହେଁ ଫେରି ଯିବା ଆମ ସେ ମନ୍ଦିର ବେଢ଼ାକୁ । ବିଚଳିତ ଡମ୍ବରୁ ବି ଜ୍ଵରର ପ୍ରକୋପରେ ଛାତିରେ ଚାପି ଥିବା କୋହକୁ ମସ୍ତିଷ୍କର ଗହ୍ଵରରେ ଠେଲି ନିଶ୍ଚଳ ହୋଇ ସାରିଥିଲା । 


ସେଠାରେ ଥିବା ନର୍ସଙ୍କୁ ଡମ୍ବରୁ କହିଥିଲା ଦେଖ ଦିଦି ମୁଁ ଆଜି ବଡ଼ ଖୁସି । ମୋର ପ୍ରେମ ତପସ୍ୟା ତୁମ ଡାକ୍ତରଖାନାରେ ସଫଳ ହୋଇଯାଇଛି ଏବଂ ଏହି ବିରଳ କାହାଣୀ ସେହି ନର୍ସ ଡାକ୍ତରବାବୁଙ୍କୁ କହୁଥିଲା ବେଳେ ଡମ୍ବରୁ, ଅସ୍ମିତାର ମଥାକୁ ନିଜ ଛାତିରେ ସଜାଇ ରଖିଥିଲା । ନିଶ୍ଚଳ ଡମ୍ବରୁର ବାହୁ ବନ୍ଧନରେ ଅସ୍ମିତା ଅଚଳ ହୋଇ ଖୁସି ଦେଖାଯାଉଥିଲା । 


ଦୁଇଟି ନିଃଶ୍ୱାସ ଶୂନ୍ୟରେ ସେହି ହସ୍ପିଟାଲ୍ ପ୍ରକୋଷ୍ଠ ବାହାରେ ନିର୍ଦ୍ୱନ୍ଦ୍ୱରେ କହି ବୁଲୁଥିଲେ ଦେଖ ଦୁନିଆ ବାଲେ, ଆଜି ଆମେ ଦୁହେଁ ମୁକ୍ତ । 



Rate this content
Log in