Kalyani Sahu

Classics

4.0  

Kalyani Sahu

Classics

ଉପକାର

ଉପକାର

1 min
142


ଗୋଟିଏ ଗାଁରେ ଗୋଟିଏ ବୁଢୀ ଏବଂ ତାର ଦୁଇ ଝିଅ ରହୁଥିଲେ। ସେମାନେ ବହୁତ ଖୁସିରେ ଥିଲେ । ମା ଘରେ ପାମ୍ପଡ଼ ତିଆରି କରନ୍ତି ଏବଂ ଦୁଇ ଝିଅ ବିକ୍ରି କରନ୍ତି। ସେମାନଙ୍କ ଘର ଚାଳ ଛପରରେ ତିଆରି। ଦିନେ ଜୋରରେ ବର୍ଷା ହେବାରୁ ସେମାନଙ୍କ ଘର ଭାଙ୍ଗି ଗଲା। ସେମାନେ ଜମିଦାରଙ୍କ ପାଖକୁ ଯାଇ କହିଲେ "ଜମିଦାର ବାବୁ ଆମକୁ ଟିକିଏ ସାହାଯ୍ୟ କର ବର୍ଷା ଛାଡ଼ିଲେ ଆମେ ଘର ତିଆରି କରିଲେ ଆମ ଘରକୁ ଯିବୁ ବର୍ତ୍ତମାନ ସାହାଯ୍ୟ କର"।ଜମିଦାର ବାବୁ ଘରେ ରଖିବା ପାଇଁ ରାଜି ହେଲେ କିନ୍ତୁ ତାଙ୍କ ସ୍ତ୍ରୀ ତାଙ୍କୁ ଘରେ ରଖିଲେ ନାହିଁ। ସେମାନେ ବର୍ଷାରେ ଭିଜି ଭିଜି ଜଙ୍ଗଲକୁ ଚାଲିଗଲେ ଜଙ୍ଗଲରେ ବର୍ଷା ହୋଉନଥିଲା ।ସେମାନେ ଜଙ୍ଗଲରେ କାଠରେ ସୁନ୍ଦର ଘର ତିଆରି କଲେ। ପୁଣି ଦିନେ ଗାଁରେ ବାତ୍ୟା ହେଲା।

ଗାଁ ଲୋକ ଗାଁ ଛାଡ଼ି ଜଙ୍ଗଲକୁ ଆସିଲେ।ଗାଁ ଲୋକ ଜଙ୍ଗଲରେ ଥିବା ସୁନ୍ଦର ଘର ପାଖକୁ ଆସିଲେ ଏବଂ ବୁୁଢୀ ଲୋକକୁ ସାହାଯ୍ୟ ମାଗିିିଲେ। ବୁଢୀଟି ଏମିତି ଘର କରିଥିଲା ଯେ ଯେତେ ଲୋକ ଆସିଲେ ବି ରହିପାରିବ। ଜମିଦାର ମଧ୍ୟ ସାହାଯ୍ୟ ମାଗିିିଲେ।ସେ ଜମିିଦାରଙ୍କୁ ମଧ୍ୟ ସାହାଯ୍ୟ କଲା । ସେଠାରେ ଜମିିଦାରଙ୍କ ସ୍ତ୍ରୀ ବୁଝିପାରିଲେ । ସେଦିନ ମୁୁଁ ସିନା ସାହଯ୍ୟ କରିଲିନି କିିିନ୍ତୂ ସେ ଗରିବ ହୋଇ ମଧ୍ୟ ଆମକୁ ସାହାଯ୍ୟ କଲା। 

 


Rate this content
Log in

Similar oriya story from Classics